ୱାଶିଂଟନ: ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଜୋର୍ସୋର୍ରେ ଲାଗିପଡ଼ିଥିବା ଡୋନାଲ୍ଡ ଟ୍ରମ୍ପକୁ ନେଇ ପ୍ରତିକ୍ରିୟା ଦେଇଚନ୍ତି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ହିଲାରୀ କ୍ଲିଣ୍ଟନ। ସେ କହିଛନ୍ତି ଯେ ଯଦି ଟ୍ରମ୍ପ ବିନା ୟୁକ୍ରେନ୍ ଜମି ଦଖଲରେ ଯୁଦ୍ଧ ସମାପ୍ତ କରିବାରେ ସଫଳ ହେବେ ତେବେ ସେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିବେ। ଏନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ ପାଇଛି।
ରେଜିଂ ମଡରେଟ୍ସ ପୋଡକାଷ୍ଟ ସମୟରେ ଉପସ୍ଥାପିକା ଜେସିକା ଟାର୍ଲୋଭଙ୍କୁ ପ୍ରତିକ୍ରିୟା ଦେଇ କ୍ଲିଣ୍ଟନ ଏପରି କହିଛନ୍ତି। ସେ କହିଛନ୍ତି “ସତରେ, ଯଦି ସେ ଏହି ଭୟଙ୍କର ଯୁଦ୍ଧର ଅନ୍ତ କରିପାରନ୍ତି, ଯଦି ସେ ୟୁକ୍ରେନକୁ ବିନା ଜମି ହରାଇବାରେ ପ୍ରକୃତରେ ପୁଟିନଙ୍କ ବିରୋଧରେ ଠିଆ ହୋଇପାରିବେ, ଯାହା ଆମେ ଦେଖିନାହୁଁ, କିନ୍ତୁ ହୁଏତ ଏହା ସେହି ସୁଯୋଗ ଯଦି ରାଷ୍ଟ୍ରପତି ଟ୍ରମ୍ପ ଏହା କରିଥାନ୍ତେ, ତେବେ ମୁଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥାନ୍ତି।” କାରଣ ମୋର ମୂଳ ଲକ୍ଷ୍ୟ ହେଉଛି ପୁଟିନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ନ ଦେବା।
ସୂଚନା ଥାଉକି ୟୁକ୍ରେନ ସହ ଗତ ୩ ବର୍ଷ ଧରି ଘଟିଥିବା ସଂଘର୍ଷ ହ୍ରାସ କରିବାକୁ ଟ୍ରମ୍ପ ଆଲାସ୍କାରେ ପୁଟିନଙ୍କୁ ଭେଟିବାକୁ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଏପରି ସ୍ଥିତିରେ କ୍ଲିଣ୍ଟନ ଏଭଳି ମନ୍ତବ୍ୟ ଦେବା ଚର୍ଚ୍ଚାର ବିଷୟ ପାଲିଟିଛି।
ସେପଟେ ପୁଟିନଙ୍କ ସହ ଡିଲ୍ ନହେଲେ ପୁଣି ଭାରତ ଶିକାର ହେବା ବୋଲି ଟ୍ରମ୍ପ କହିଛନ୍ତି। ଯଦି ପୁଟିନ ନ ମାନିଲେ ତେବେ ଆମେ ଭାରତ ଉପରେ ଶୁଳ୍କ ବଢ଼ାଇବୁ ବୋଲି ଟ୍ରମ୍ପ କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ବୈଠକ ଉପରେ ଭାରତର ବି ନଜର ରହିଛି।