ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା, ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 09, 2025 IST

ପାରାଦୀପ ୦୯।୦୫ : ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟି ରଖି ପାରାଦୀପ ବନ୍ଦରରେ ସୁରକ୍ଷାକୁ କଡ଼ାକଡି କରାଯାଇଛି । ବନ୍ଦର ମଧ୍ୟରେ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଛି । ଏହାସହ ଛକ ଛକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।

ଖବର ଅନୁଯାୟୀ,  ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି  । ପୂର୍ବରୁ ଥିବା ସୁରକ୍ଷାକର୍ମୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ପାରାଦୀପ ବନ୍ଦରରେ ସୁରକ୍ଷା ସ୍ତର ୨କୁ ବଢାଯାଇଛି । ସେହିପରି ସୁରକ୍ଷା ବୃଦ୍ଧି ସହ ବନ୍ଦରକୁ ଆସୁଥିବା ସମସ୍ତ ଜାହାଜ ଉପରେ କଡ଼ା ନଜର ରଖାଯାଇଛି । ସମୟକ୍ରମେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି ଏବଂ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.