ପୁରୀରେ ଉଚ୍ଚସ୍ତରୀୟ ରଥଯାତ୍ରା କମିଟି, ବିଭିନ୍ନ ସ୍ଥାନ ବୁଲି କଲେ ତଦାରଖ

Published By : Prameya-News7 Bureau | June 19, 2025 IST

ପୁରୀ ୧୯।୦୬ : ପୁରୀରେ ଉଚ୍ଚସ୍ତରୀୟ କମିଟି । ଶୃଙ୍ଖଳିତ ରଥଯାତ୍ରା ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗସ୍ତ କରି ବିଭିନ୍ନ କାମର ତଦାରଖ କରିଛନ୍ତି । ଗସ୍ତ କରିଥିବା ସ୍ଥାନ ମଧ୍ୟରେ ରଥଖଳା, ବଡ଼ଦାଣ୍ଡ, ଶ୍ରୀମନ୍ଦିର ରହିଛି। 

ଖବର ଅନୁଯାୟୀ, ଆସନ୍ତା ୨୭ ତାରିଖରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଖଳାଠୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଯାଏଁ, ସବୁକିଛିକୁ ତନତନ କରି ଯାଞ୍ଚ କରୁଛନ୍ତି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ । ଏହିକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ରଥଯାତ୍ରା କମିଟି ପୁରୀ ଗସ୍ତ କରିଛନ୍ତି । ଯେଉଁଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଜେନା ଆଦି ରହିଛନ୍ତି । ଗୁରୁବାର ସକାଳରେ ଏହି ଉଚ୍ଚସ୍ତରୀୟ କମିଟି ପୁରୀରେ ପହଞ୍ଚିଥିଲା । ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସମସ୍ତଙ୍କୁ ନେଇ ବଡ଼ଦାଣ୍ଡରେ ଚାଲିଥିବା ପ୍ରସ୍ତୁତି, ରଥ ଖଳାରେ ଚାଲିଥିବା ରଥ କାମ ଆଦି ସଂପର୍କରେ ସବିଶେଷ ତଥ୍ୟ ଦେଇଥିଲେ । ଏହାପରେ କାମ କିପରି ସୁରୁଖୁରରେ ସରିବ , ସେଦିଗରେ ମଧ୍ୟ ଆଲୋଚନା କରିଛନ୍ତି । 

 

  • puri
  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.