ଭଲ ପାଇ ବାହାହେଲେ, ଏବେ ଦୁଇ ପିଲା ହେବା ପରେ ଛାଡିଗଲା ସ୍ତ୍ରୀର ମନ....

NEWS7
high-court-news-today-6

ଚାନ୍ଦବାଲି ୨୩/୦୨: ପ୍ରେମ ଅନ୍ଧ । କେତେବେଳେ ସ୍ଥିତି କଣ କରିବ କିଏ କହିବ । ଦରକାର ପଡିଲେ ସମ୍ପର୍କ ବି ଭୁଲିଯାଏ ଜଣେ । ଏମିତି ଜଣେ ମହିଳା ପ୍ରେମରେ ପଡି ଭୁଲିଯାଇଛନ୍ତି ପରିବାର କଥା । ଏମିତିକି ନିଜ ସ୍ୱାମୀ ଓ ଦୁଇ ପିଲାଙ୍କୁ ପାଶୋରୀ ଦେଇଛନ୍ତି । ପ୍ରେମ ବିବାହ କରିବାର କିଛି ବର୍ଷ ପରେ ସ୍ଵାମୀକୁ ପର କରି ଆଉ କେଉଁ ପର ପୁରୁଷକୁ ବନ୍ଧୁ କରିଛନ୍ତି ପତ୍ନୀ ।

ଏମିତି ଅଭିଯୋଗ କରିଛନ୍ତି ହାତ ଧରି ବିବାହ କରିଥିବା ଜଣେ ସ୍ଵାମୀ । ସ୍ୱାମୀ ଠାରୁ ଦୂରେଇ ରହିବା ଯୋଗୁଁ ପତ୍ନୀଙ୍କ ନିଖୋଜ ଘଟଣାରେ ପ୍ରଥମେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ ଶୁଭମ୍ ବିଶ୍ବାଳ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ତେନ୍ତୁଳିଡିହ ପଞ୍ଚାୟତ ଠୋକରା ଗ୍ରାମରେ ।

ସୂଚନାଥାଉକି, ଚାନ୍ଦବାଲି ଥାନା ଅଧୀନସ୍ଥ ତେନ୍ତୁଳି ଡିହ ପଞ୍ଚାୟତ ଠୋକରା ଗାଁର ନରେନ୍ଦ୍ର ନାୟକଙ୍କ ଝିଅ ବନାନୀ ନାୟକ । ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନସ୍ଥ କ୍ଷୀରକୁଣି ଗାଁର ରଜନୀକାନ୍ତ ବିଶ୍ୱାଳଙ୍କ ପୁଅ ଶୁଭମ ବିଶ୍ୱାଳଙ୍କୁ ପ୍ରେମ ବିବାହ କରିଥିଲେ ବନାନୀ ।

ଵିଵାହର କିଛି ବର୍ଷ ଭଲରେ ବିତିବା ପରେ ଏବେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଶୁଭମ୍ ପୁରୀରେ ଏକ ଅଟୋ ରିକ୍ସା ଚଳାଇ ସ୍ତ୍ରୀ ପିଲାଙ୍କୁ ନେଇ ପୁରୀରେ ରହୁଥିଲେ । ତେବେ ଶୁଭମଙ୍କ ଅନୁପସ୍ଥିତିରେ ସୋର ଥାନା ଅଧିନରେ ଥିବା କ୍ଷୀରକୁଣୀ ଗାଁର ନୀଳକଣ୍ଠ ବେହେରାଙ୍କ ପୁଅ ସଂଗ୍ରାମ ବେହେରା ଓରଫ୍ ନାରଣଙ୍କ ସହିତ ପତ୍ନୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏବେ ସ୍ଵାମୀଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇ ଥିବା ସ୍ଵାମୀ ଏବେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଶଶୁର ଘରେ ଜ୍ବାଇଁ ପୁଅ ବାରମ୍ବାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପତ୍ନୀ ଜଣଙ୍କ ବାପ ଘରେ ପୁଅ ଦୁହିଁଙ୍କୁ ଛାଡ଼ି ଯାଇଥିବା ବେଳେ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶଶୁର ଘର ଲୋକେ ଜ୍ୱାଇଁକୁ ଫେରାଇ ଦେଉଛନ୍ତି । ଏବେ ନ୍ୟାୟ ପାଇଁ ବାରମ୍ବାର ଥାନାରୁ ଶଶୁର ଘର ପର୍ଯ୍ୟନ୍ତ ଯାଇ ନୟାନ୍ତ ହେଲେଣି ଜ୍ବାଇଁ ପୁଅ ।

ତେବେ ଏହି ଘଟଣାରେ ଜ୍ୱାଇଁ ପୁଅଙ୍କ ଅଭିଯୋଗକୁ ଶଶୁର ନରେନ୍ଦ୍ର ନାୟକ ଖଣ୍ଡନ କରିଛନ୍ତି । ଝିଅକୁ ଜ୍ୱାଇଁ ପୋଷି ନ ପରିଵାରୁ ସେ ବାପ ଘରେ ପିଲା ଦୁହିଁଙ୍କୁ ଛାଡ଼ି ବାହାରକୁ ଖଟିବାକୁ ଯାଇଛି। ସେ କେଉଁ ପୁଅ ସହିତ ଯାଇ ନାହାନ୍ତି। ତେବେ ଦୀର୍ଘ ୮ ମାସ ବିତି ଯାଇଥିଲେ ମଧ୍ୟ ଜ୍ବାଇଁ ପୁଅ ଥାନା ଏବଂ ଶଶୁର ଘରକୁ ବାରମ୍ବାର ଦ୍ଵାରସ୍ଥ ପରେ ଯଦି ନ୍ୟାୟ ନ ମିଳେ ପିଲାଙ୍କ ପାଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।