କଂଗ୍ରେସରୁ ମୋକିମ ବିଦା ପରେ ଦ୍ଵନ୍ଦ୍ଵରେ କଟକ କଂଗ୍ରେସ ସଂଗଠନ, ଗତି କୁଆଡ଼େ ?

NEWS7
high-command-rejected-sidhus-resignation-said-state-leaders-should-solve-the-matter

ଭୁବନେଶ୍ଵର: କଂଗ୍ରେସରୁ ମହମ୍ମଦ ମୋକିମ୍ ବହିଷ୍କୃତ ହେବା ପରେ ଏବେ ଦ୍ବନ୍ଦ୍ବରେ କଟକ କଂଗ୍ରେସ କର୍ମକର୍ତ୍ତା । ସେମାନେ ମୋକିମଙ୍କ ସହ ରହିବେ ନାଁ ମୋକିମଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସହ ରହିବେ ? କାରଣ ମୋକିମଙ୍କ ସଂଗଠନ ବଳରେ ବିଧାୟିକା ହୋଇଛନ୍ତି ସୋଫିଆ । ଏସବୁ ଭିତରେ ଆଜି କଟକ ନଗର କଂଗ୍ରେସର ଆଜି ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ କ’ଣ ନିସ୍କର୍ଷ ବାହାରିଲା ତାହା ଏପର୍ଯ୍ୟନ୍ତ ପଦାକୁ ଆସିନି । ତେବେ କଟକରେ ଏଣିକି କଂଗ୍ରେସ ପାଇଁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ମୋକିମଙ୍କ ପାଇଁ କଟକରେ କଂଗ୍ରେସ ସଂଗଠନ । କିନ୍ତୁ ମୋକିମଙ୍କୁ ଏବେ କଂଗ୍ରେସରୁ ବହିଷ୍କାର କରିଛି ଦଳ । ଏମିତିରେ କଟକ କଂଗ୍ରେସ ସଂଗଠନର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କଂଗ୍ରେସରୁ ମହମ୍ମଦ ମୋକିମ୍ ବହିଷ୍କୃତ ହେବା ପରେ ଏବେ ଦ୍ବନ୍ଦ୍ବରେ କଟକ କଂଗ୍ରେସ କର୍ମକର୍ତ୍ତା । ସେମାନେ ମୋକିମଙ୍କ ସହ ରହିବେ ନାଁ ମୋକିମଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସହ ରହିବେ ? କାରଣ ମୋକିମଙ୍କ ସଂଗଠନ ବଳରେ ବିଧାୟିକା ହୋଇଛନ୍ତି ସୋଫିଆ ।

ସେପଟେ କଂଗ୍ରେସର ବିଦା ହୋଇଥିବା ମୋକିମ୍ ଏବେ ନୂଆ ଦଳ ଗଢ଼ିବେ ବୋଲି ଜୋର୍ ଧରିଛି ଚର୍ଚ୍ଚା । କଟକ ମହାନଗର ନିଗମରେ କଂଗ୍ରେସର ୮ଜଣ କର୍ପୋରେଟର ଅଛନ୍ତି । ଏମିତିକି କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ମଧ୍ୟ ମୋକିମଙ୍କ ସମର୍ଥକ । ଆଜି ଗିରିବାଳାଙ୍କ ଅଧ୍ୟକ୍ଷତାରେ ବସିଥିଲା କଟକ ନଗର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଏକାଠି ହୋଇଥିଲେ ସମସ୍ତ କଂଗ୍ରେସ କର୍ପୋରେଟର ଓ ସମର୍ଥକ । ଖୁବ୍ ଶୀଘ୍ର କଟକରେ କଂଗ୍ରେସ କର୍ପୋରେଟମାନେ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ମୋକିମଙ୍କ ପ୍ରସଙ୍ଗ ଭିତରୁ ସୋଫିଆଙ୍କୁ ଟଣା ନଯାଉ । ସେ ଏବେ କଂଗ୍ରେସ ବିଧାୟିକା ଅଛନ୍ତି ।

ମହମ୍ମଦ ମୋକିମ୍ କଂଗ୍ରେସରୁ ବିଦା ହେବା ପରେ ଝିଅ ସୋଫିଆଙ୍କର କଣ ହେବ ? ସୋଫିଆ କଂଗ୍ରେସରେ ରହିବେ ନା ବାପାଙ୍କ ସହିତ ଯିବେ ? ଏବେ ସମସ୍ତଙ୍କ ନଜର ରହିଛି ଝିଅ ସୋଫିଆଙ୍କ ଉପରେ। ଅତୀତରେ ବାପାଙ୍କ ସମସ୍ତ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ପ୍ରତିଟି ପ୍ରସଙ୍ଗକୁ ସମର୍ଥନ କରିଥିବା ସୋଫିଆ ମୋକିମଙ୍କ ବିଦ୍ରୋହ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। ତେବେ ବାପା ଯଦି ନୂଆ ଦଳ ଗଢନ୍ତି ଝିଅ ହିସାବରେ ନିଶ୍ଚିନ୍ତ ଭାବରେ ସୋଫିଆଙ୍କ ପରୋକ୍ଷ ସମର୍ଥନ ରହିବ । ବାପା ମୋକିମ କିନ୍ତୁ ଝିଅ ଭବିଷ୍ୟତକୁ ନେଇ କହିଛନ୍ତି କିଛି ଭିନ୍ନ କଥା।

ଚର୍ଚ୍ଚା ହେଉଛି ଆସନ୍ତା ୨୬ରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି ମହମ୍ମଦ ମୋକିମ । ଓଡିଶା ଲୋକ କଂଗ୍ରେସ ନାଁରେ ଏକ ପାର୍ଟି ଗଠନ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି। ଖୁବଶୀଘ୍ର ଏହା ଘୋଷଣା କରିପାରନ୍ତି ମୋକିମ୍।