ନୂଆଦିଲ୍ଲୀ ୦୯/୦୫: ଭାରତ ଓ ପାକିସ୍ତାନ ଭିତରେ ବଢୁଛି ଉତ୍ତେଜନା । ଉପୁଜିଲାଣି ଯୁଦ୍ଧ ସ୍ଥିତି । ପାକିସ୍ତାନ ଡ୍ରୋନ ଓ ମିଶାଇଲ ଆଟାକ କରୁଥିବାବେଳେ ମୁହଁତୋଡ ଜବାବ ଦେଉଛି ଭାରତ । ଏସବୁ ଭିତରେ ବିଭିନ୍ନ ରାଜ୍ୟକୁ ଆଲର୍ଟ କରାଯାଇଛି । ଉତ୍ତରାଖଣ୍ଡରେ ଜାରି ହୋଇଛି ହାଇ ଆଲର୍ଟ । ସମସ୍ତ ହସ୍ପିଟାଲ ପାଇଁ ହାଇ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ଡାକ୍ତର ଓ ନର୍ସଙ୍କ ଛୁଟି ବାତିଲ କରାଯାଇଛି । । ୧୨ ହଜାର ବେଡ୍ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଭାରତ । ଭାରତର କାଉଣ୍ଟର ଆଟାକରେ ଛିନଛତ୍ର ପାକିସ୍ତାନ । ଲାହୋର ଠାରୁ ଆରମ୍ଭ କରି କରାଚି ଓ ଇସଲାମାବାଦରେ ପ୍ରଚଣ୍ଡ ପ୍ରହାର ଯୋଗୁ ଥରହର ପାକିସ୍ତାନ । ଘନ ଘନ ମିଶାଇଲ ଓ ଡ୍ରୋନ ମାଡରେ ବ୍ଲାକଆଉଟ ପାକିସ୍ତାନ । ଧ୍ବଂସବିଧ୍ବଂସ ହୋଇଯାଇଛି କରାଚି ବନ୍ଦର । ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘର ଠାରୁ ମାତ୍ର ୨୦ କିଲୋମିଟର ଦୂରରେ ବିସ୍ଫୋରଣ ହୋଇଛି ।
ଭାରତର ଗର୍ଜନରେ ଥରିଲେଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଓ ସେନା ମୁଖ୍ୟ ଜେନେରାଲ ଅସୀମ ମୁନି । ତାଙ୍କ ପତ୍ତା ମିଳୁନି । ଶୁଣାଯାଉଛି ଅନ୍ଧାର ରାତିରେ ଲୁଚି ଲୁଚି ଜୀବନ ବଞ୍ଚଇବାକୁ ସରିଫ କୁଆଡେ ଦୁବାଇ ପଳାଇଛନ୍ତି । ପୁଣି ଚର୍ଚ୍ଚା ହେଉଛି କି ମୁନୀରଙ୍କୁ କୁଆଡେ ସେନା ଗିରଫ କରିନେଲେଣି । ପାକିସ୍ତାନ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର ହେଉଥିବାବେଳେ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।