LIVE TV

ଝାଡ଼ଖଣ୍ଡର୧୪ତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍; ଅପରାହ୍ଣରେ ଶପଥ ନେବେ ଜେଏମଏମ୍ ମୁଖ୍ୟ

NEWS7

ରାଞ୍ଚି: ୨୮ ।୧୧: ଗୁରୁବାର ଝାଡ଼ଖଣ୍ଡରେ ଶପଥ ଗ୍ରହଣ ଉତ୍ସବ । ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ରାଞ୍ଚିର ମୋରହାବାଦୀ ପଡ଼ିଆରେ ଶପଥଗ୍ରହଣ ସମାରୋହ ଆୟୋଜିତ ହୋଇଛି । ସୂଚନା ଅନୁଯାୟୀ, ଆଜି ଏକାକୀ ଶପଥ ନେବେ ଜେଏମଏମ ମୁଖ୍ୟ । ପରେ ଝାଡ଼ଖଣ୍ଡ ମନ୍ତ୍ରିମଣ୍ଡଳ ବିସ୍ତାର ହେବ । ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ବାର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ସମାରୋହରେ ସାମିଲେ ହେବେ ‘ଇଣ୍ଡି’ ମେଣ୍ଟର ବହୁ  ବରିଷ୍ଠ ନେତା । 

ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କ ଏହା ଚତୁର୍ଥ କାର୍ଯ୍ୟକାଳ ହେବ । ଶପଥ ଉତ୍ସବ ପୂର୍ବରୁ ସେ ନିଜ ଜେଜେ ବାପାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ମାଲ୍ୟାର୍ପଣ କରିବା ସହିତ ଆଶୀର୍ବାଦ ନେଇଛନ୍ତି । ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଗାମଲିୟାଲ ହେମ୍ବ୍ରମଙ୍କୁ ସେ ୩୯,୭୯୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ମୋଟ୍ ୮୧ ବିଧାନସଭା ଆସନରୁ ୫୬ ଆସନ ବିଜୟୀ ହୋଇଛି । ବିଜେପି ନେତୃତ୍ବାଧୀନ ଏନଡିଏକୁ ମିଳିଛି ମାତ୍ର ୨୪ ଆସନ ।   

ସୂଚନା ଅନୁଯାୟୀ, ଜେଏମ୍‌ଏମ୍‌ର ମେଣ୍ଟ ସହଯୋଗୀ ସିପିଆଇ(ଏମ୍‌ଏଲ୍‌) ଅଦ୍ୟାବଧି  ସରକାରରେ ସାମିଲ ହେବା ନେଇ ନିଷ୍ପତ୍ତି  ନେଇନାହିଁ । ସେଥିଲାଗି ନଭେମ୍ବର ୨୯ରେ ଏକ  ବୈଠକ ଡକାଯାଇଛି । ତେଣୁ ହେମନ୍ତ ସୋରେନ ଆଜି ଏକୁଟିଆ ଶପଥ ନେଇପାରନ୍ତି ବୋଲି କୁହାଯାଉଛି । ସେପଟେ ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ‘ଇଣ୍ଡିଆ’  ମେଣ୍ଟର ଶକ୍ତି ଦେଖିବାକୁ ମିଳିବ । ଅଦ୍ୟାବଧି ୧୦ଟି ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ  ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ,  ରାହୁଲ ଗାନ୍ଧୀ, ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାୱାର, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ,  ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍‌ ଆବାହକ ଅରବିନ୍ଦ କେଜରିୱାଲ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ  ପ୍ରମୁଖ ସାମିଲ ହେବା ନେଇ ସୂଚନା ମିଳିଛି ।....