LIVE TV

ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ, କଲେଜରୁ ନିବେଦନ ଆସିବା ପରେ ବୋର୍ଡର ନିଷ୍ପତ୍ତି

NEWS7
heavy-rainfall-crossed-land-near-digha-heavy-rain-in-three-districts-of-odisha-on-saturday

ଭୁବନେଶ୍ୱର ୨୯।୧୦ : ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମପୂରଣ ତାରିଖ। ଅକ୍ଟୋବର ୨୮ରେ ଶେଷ ହେଉଥିଲା ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ । କିନ୍ତୁ ବାତ୍ୟା ମୋନ୍ଥାର ପ୍ରଭାବ ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି। ଏନେଇ କଲେଜ ଗୁଡ଼ିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।