ଶିମଲାରେ ବାଦଲଫଟା ବର୍ଷା; ବନ୍ୟା ଯୋଗୁଁ ଭାସିଗଲା ବହୁ ଗାଡି, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | May 25, 2025 IST

ମୁମ୍ବାଇ ୨୫।୦୫; ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ପ୍ରବଳ ବର୍ଷା ହୋଇଥିଲା। ରାତିରେ ସିମଲାର ରାମପୁର ଅଞ୍ଚଳରେ ମଧ୍ୟ ବାଦଲ ଫଟା ବର୍ଷାର ଖବର ମିଳିଛି। ଯେଉଁଥିପାଇଁ ସେଠାରେ ବଡ଼ କ୍ଷତି ହେବାର ସମ୍ଭାବନା ରହିଛି। ଏଠାରେ ବନ୍ୟା ଯୋଗୁଁ ଅନେକ ଯାନବାହନ ଭାସି ଯାଇଛି। ବର୍ତ୍ତମାନ ରାତିରୁ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୬.୦୦ ଟା ସମୟରେ ରାମପୁର ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ହୋଇତିଲା । ଯାହାଫଳରେ ବ୍ୟାପକ ଧ୍ୱଂସ ଘଟାଇଥିଲା। ଲୋକମାନେ କହିଛନ୍ତି ଯେ ଏହି ବର୍ଷା ଯୋଗୁଁ ଭଗ୍ନାବଶେଷ ତଳକୁ ଆସିଲା, ଯାହା ଫଳରେ ରାସ୍ତାରେ ପାର୍କିଂ ହୋଇଥିବା ଯାନଗୁଡ଼ିକ ଉପରେ ପଡିଥିଲା ।  ପ୍ରାୟ ୧୦ଟି ଗାଡ଼ି ଭାସି ଯାଇଥିବା କୁହାଯାଇଥିଲା। ତଥାପି, ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଜଣାନାହିଁ।

ବାଦଫଟା ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ 

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୨୪ ମଇ ଶନିବାର ସନ୍ଧ୍ୟା ୬ଟାରୁ ସିମଲାରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ପ୍ରବଳ ବର୍ଷା ହେଉଥିଲା। ଏହା ପରେ ହଠାତ୍ ବାଦଲ ଫାଟିବା ପରେ ବନ୍ୟା ଆସିଗଲା। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିମଲାର ପାଣିପାଗ କେନ୍ଦ୍ର ୨୪ ମେ ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା। ପାଣିପାଗ ବିଭାଗ ୩୦ ମେ’ ପର୍ଯ୍ୟନ୍ତ ଏକ ହଳଦିଆ ଆଲର୍ଟ ଜାରି କରିଛି ଏବଂ ଏପରି ସ୍ଥିତିରେ, ଆଗାମୀ ୬ ଦିନ ପାଇଁ ହିମାଚଳ ପ୍ରଦେଶରେ ଝଡ଼ ଏବଂ ବର୍ଷା ହେବାର ସମ୍ଭାବନା ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.