ନୂଆଦିଲ୍ଲୀ – ସାରାଦେଶରେ ମନସୁନ୍ର ଦ୍ୱିତୀୟ ଫେଜ୍ ଚାଲିଛି। ଗୁଜରାଟରେ ୩୦ ଅଗଷ୍ଟ ଯାଏ ଏବଂ ରାଜସ୍ଥାନରେ ୨୬ ଅଗଷ୍ଟ ଯାଏ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଛି। ଏହାସହ ୨୪ ଅଗଷ୍ଟରେ ପୂର୍ବ ରାଜସ୍ଥାନରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବ। ୨୪ ଅଗଷ୍ଟରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ , ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ରେ ୨୪-୨୫ ଅଗଷ୍ଟ ବେଳେ ଉତ୍ତରାଖଣ୍ଡରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।
ଉତ୍ତର ପଶ୍ଚିମ ଭାରତର କଥା ଯଦି କହିବା ତ ୨୪ ଅଗଷ୍ଟରେ ପୂର୍ବୀୟ ରାଜସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ସାତ ଦିନ ମଧ୍ୟରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି। ୨୪-୨୬ ଅଗଷ୍ଟ ମଧ୍ୟରେ ଜମ୍ମୁ କାଶ୍ମୀର , ହରିଆଣା , ୨୪-୨୭ ଅଗଷ୍ଟ ବେଳେ ରାଜସ୍ଥାନ, ୨୪ -୨୬ ଅଗଷ୍ଟରେ ପଞ୍ଜାବ, ୨୯,୩୦ ଅଗଷ୍ଟରେ ,୨୪,୨୫ ଅଗଷ୍ଟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ।
ପୂର୍ବ ଓ ମଧ୍ୟ ଭାରତର କଥା ଯଦି କହିବା, ତ ଆଗାମୀ ସାତ ଦିନ ଭିତରେ ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଯାଉଛି। ୨୪, ୨୫,୨୯, ୩୦ ଅଗଷ୍ଟରେ ଉପ ହିମାଳୟୀ ପଶ୍ଚିମବଙ୍ଗ, ସିକ୍କିମ, ୨୪ଅଗଷ୍ଟରେ ଗାଙ୍ଗୀୟ ପଶ୍ଚିମ ବଙ୍ଗ, ୨୪ ଓ ୨୫ରେ ବିହାର, ୨୪,୨୫ ,୨୮ ଓ ୨୯ ଅଗଷ୍ଟରେ ଝାଡ଼ଖଣ୍ଡ, ୨୮-୩୦ ଅଗଷ୍ଟ ବେଳେ ବିଦର୍ଭ, ୨୪ରେ ମଧ୍ୟ ପ୍ରଦେଶ, ଛତିଶଗଡ଼ , ୨୫ ଓ ୨୬ ଅଗଷ୍ଟରେ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।