ଅଧରାତିରେ ଗାଁରେ ପଶିଲା, ମେଣ୍ଢା ମାରି ଖାଇଲା ; ଏବେ ଛାନିଆ ଗ୍ରାମବାସୀ

NEWS7
heat-wave-continuning-still-25-apri-said-by-metrology-dept

ହିନ୍ଦୋଳ ୫।୨: ଆତଙ୍କ ଖେଳାଇଲା ବାଘ । ଜନବସତି ମୁହାଁ ହେଲା । ମେଣ୍ଢାଶାଳରେ ପଶି ମାରି ଖାଇଲା ୧୦ ମେଣ୍ଢା । ଭୟରେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏଭଳି ବାଘ ଆତଙ୍କ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୋବର୍ଦ୍ଧନପୁର ଗାଁରେ ଆତଙ୍କ ଖେଳାଇଛି ବାଘ । ଗାଁର କୈଳାସ ମହାଖୁଡ଼ଙ୍କ ମେଣ୍ଢା ଗୁହାଳରେ ବାଘ ପଶି ୧୦ ମେଣ୍ଢା ମାରି ଖାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବାଘ ଚଳପ୍ରଚଳ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

​​​​​​​

ବୁଧବାର ରାତିରେ ମେଣ୍ଢାଶାଳରେ ୩୦ଟି ମେଣ୍ଢା ବାନ୍ଧିଥିଲେ କୈଳାସ । ରାତି ପ୍ରାୟ ୨ଟା ପରେ ବାଘ ପଶି ମେଣ୍ଢା ମାରି ଖାଇଥିବା କୈଳାସ କହିଛନ୍ତି । ଘଟଣା ସ୍ଥଳରେ ପଡ଼ିଥିବା ପାଦ ଚି଼ହ୍ନରୁ କଲରାପତରିଆ କିମ୍ବା ଚିତା ବାଘ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ଏହି ଘଟଣାକୁ ନେଇ ଗ୍ରାମବାସୀ ଆତଙ୍କିତ ରହିବା ସହିତ ଗ୍ରାମରେ ବନ ବିଭାଗର ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । କୈଳାସଙ୍କୁ ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଦାବି କରିଛନ୍ତି ପରିବାର ଲୋକ ଏବଂ ଗ୍ରାମବାସୀ ।

ଏ ଖବର ବି ପଢ଼ନ୍ତୁ:- ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଗାଡ଼ିରେ ଥିଲେ ଶତାଧିକ ଯାତ୍ରୀ