ଆମ୍ ଆଦମୀ ପାର୍ଟି ନେତାଙ୍କୁ ହତ୍ୟା, ଗାଡି ପାର୍କିଂ ବେଳେ ଗୁଳିମାଡ କଲେ ଦୁର୍ବୃତ୍ତ

NEWS7
heat-wave-alert-for-next-2days-in-odisha

ଚଣ୍ଡିଗଡ,|୦୨ : ଆମ୍ ଆଦମୀ ପାର୍ଟିର ନେତାଙ୍କୁ ହତ୍ୟା । ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଆପ୍ ନେତା ଲକି ଓବରୟଙ୍କୁ ଗୁଳିମାଡ ହୋଇଛି । ଏଥିରେ ସେ ପ୍ରାଣ ହରାଇଛନ୍ତି । ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ସ୍ଥାନୀୟ ଏକ ଗୁରୁଦ୍ୱାର ସମ୍ମୁଖରେ ଏହି ସବୁ ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ, ଜଳନ୍ଧରର ଏକ ଗୁରୁଦ୍ୱାର ସମ୍ମୁଖରେ ଲକି କାରରେ ବସିଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ । ପ୍ରାୟ ୫ଟି ଗୁଳି ତାଙ୍କ ଶରୀରରେ ବାଜିଛି । ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଦେଇଥିଲେ ।

ଲକି ଗୁରୁଦ୍ୱାର ସମ୍ମୁଖରେ ତାଙ୍କ କାରକୁ ପାର୍କ କରୁଥିଲେ । ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ୍ କରାଯାଉଛି ।

ଲକିଙ୍କ ପତ୍ନୀ ମଧ୍ୟ ଆପ୍ ତରଫରୁ ମ୍ୟୁନିସିପାଲ ନିର୍ବାଚନ ଲଢିଥିଲେ । କିନ୍ତୁ ପରାସ୍ତ ହୋଇଥିଲେ । ତେବେ ଲକିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟର ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ୱା ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଦିଦାଲୋକରେ ଘଟିଥିବା ଏହି ଗୁଳିକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରମାଣିତ କରୁଥିବା ସେ କହିଛନ୍ତି ।