ବାଲିଯାତ୍ରା ୨୦୨୫
LIVE TV

ପ୍ରିମିୟର ହୁଣ୍ଡାଇ ସୋ’ରୁମ୍‌ରେ ହୁଣ୍ଡାଇ ଭେନ୍ୟୁ ଅପଡେଟ୍ ଭର୍ସନର ଶୁଭ ଉନ୍ମୋଚନ

NEWS7
health-ministry-reduces-gap-for-covid-19-precaution-doses

କଟକ ୧୦୧୧: ହୁଣ୍ଡାଇ ଭେନ୍ୟୁର ନୂଆ ଅପଡେଟ୍ ଭର୍ସନ ଏମ୍‌ୟୁଭିର ବଜାର ପ୍ରବେଶ ହୋଇଛି । କଟକର ପ୍ରତାପନଗରୀରେ ଥିବା ପ୍ରିମିୟର ହୁଣ୍ଡାଇ ସୋ’ରୁମ୍‌ରେ ହୁଣ୍ଡାଇ ଭେନ୍ୟୁର ଏହି ନୂଆ ଗାଡିର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ପରିବହନ ବିଭାଗର ଯୁଗ୍ମ କମିଶନର ବିକାଶ ଚୌଧୁରୀ ହୁଣ୍ଡାଇ ଭେନ୍ୟୁର ନୂଆ ଗାଡି  ଉନ୍ମୋଚନ କରିଥିଲେ । ହୁଣ୍ଡାଇ ଭେନ୍ୟୁର ନୂଆ ଭର୍ସନର ଏକ୍ସ ସୋ’ରୁମ୍‌ ଦାମ୍ ୭ ଲକ୍ଷ ୮୯ହଜାର ୯ଶହ ଟଙ୍କା ରହିଛି ।

ଏହି ଏମ୍‌ୟୁଭିରରେ ଅତ୍ୟାଧୁନିକ ସେଫ୍ଟି ଫିଚର ରହିଥିବା ବେଳେ ଗାଡିର ଲୁକ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ଗାଡ଼ିରେ ଏଲ୍‌ଇଡି ହେଡ୍ ବୋର୍ଡ, ଡି କଟ୍ ଷ୍ଟିୟରିଂ ହୁଇଲ ଓ ଫୋର୍ ଓ୍ବେ ଇଲେକ୍ଟ୍ରିକ୍ ଡ୍ରାଇଭର ସିଟ୍ ବ୍ୟବସ୍ଥା ରହିଛି । ୮ ଲକ୍ଷ ରେଞ୍ଜରେ ହୁଣ୍ଡାଇ ଭେନ୍ୟୁର ଏହି ନୂଆ ମଡେଲର କାର୍ ବଜାରରେ ସର୍ବୋତ୍କୃଷ୍ଟ ବୋଲି ପ୍ରିମିୟର ହୋଣ୍ଡାର ମ୍ୟାନେଜିଂ ଡାଇରେକ୍ଟର ଶିବୁ ପୋଦ୍ଦାର କହିଛନ୍ତି ।

ଏହାସହ ସବୁଠୁ ବଡ଼ କଥା ହେଲା ହୁଣ୍ଡାଇ ମୋଟର୍ସ ପ୍ରଥମ ଥର ପାଇଁ ବିଶ୍ବ ବଜାର ପାଇଁ ହୁଣ୍ଡାଇ ଭେନ୍ୟୁର ଏହି ମଡେଲକୁ ଭାରତରେ ହିଁ ତିଆରି କରୁଛି । ଭାରତ ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ ଫର୍ ଦି ଓ୍ବାର୍ଲ୍ଡ'  ଆହ୍ବାନକୁ ହୁଣ୍ଡାଇ ମୋଟର୍ସର ଏହି ପଦକ୍ଷେପ ସଫଳ କରୁଛି ବୋଲି ପ୍ରିମିୟର ହୁଣ୍ଡାଇର ମ୍ୟାନେଜିଂ ଡାଇରେକ୍ଟର କହିଛନ୍ତି ।