ଭୁବନେଶ୍ବର ୨୮।୯: ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କଲେ । ସରକାର ପ୍ରଥମ ଦଫାରେ ୧୦୨୨ ଜଣ ନର୍ସଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନର୍ସିଂ ଅଫିସରଙ୍କୁ ସ୍ୱାସ୍ଥ୍ୟ ସେବାରେ ବ୍ୟାହତ ନକରି ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଛନ୍ତି ।
You Can Read:
ଶୁକ୍ରବାର ଠାରୁ କାମରେ ବାଧା ହୋଇଛି, ବେଶୀ କିଛି ଅସୁବିଧା ହେଉନାହିଁ : କ୍ୟାପିଟାଲ ହସ୍ପିଟାଲର ଉପ ଅଧୀକ୍ଷକ