ନୂଆଦିଲ୍ଲୀ ୧୫।୦୧; ରସୁଣ । ସ୍ବାଦରେ ଯେତିକି ଭଲ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ । ରସୁଣରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଥାଏ । କିନ୍ତୁ ଜାଣନ୍ତି କି ସକାଳେ ଖାଲିପେଟରେ ରସୁଣ ଚୋବେଇ ଖାଇବା ଦ୍ବାରା କଣ ମିଳିଥାଏ ଲାଭ ? ଆସନ୍ତୁ ଜାଣିବା…
ରସୁଣ କେବଳ ପୋଷକ ତତ୍ତ୍ୱରେ ଭରପୂର ନୁହେଁ ବରଂ ଏହା ନିଜର ଉଷ୍ମତା ପ୍ରଭାବ ଯୋଗୁଁ ପରିଚିତ । ଶୀତଦିନେ ପ୍ରତିଦିନ ସକାଳେ ରସୁଣର ଏକ କୋଲା ଖାଇବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ରସୁଣ ଖାଇବା ଦ୍ୱାରା ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯଥେଷ୍ଟ କମିଯାଏ ଏବଂ ଏଥିରୁ ମୁକ୍ତି ମିଳିଥାଏ ।
ଶୀତଦିନେ ଲୋକମାନେ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ଏହି ଲୋକମାନେ ସକାଳେ ୨ କୋଲା ରସୁଣ ଚୋବାଇବା ଖାଇବା ଅତ୍ୟନ୍ତ ଲାଭଦାୟକ । ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅକ୍ସିଡେଟିଭ୍ ଚାପକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ, ତେଣୁ ସକାଳେ ଦୁଇଟି କଞ୍ଚା ରସୁଣ କୋଲା ଖାଇବା ଉଚିତ୍ ।
ଏହା ଉଭୟ ହୃଦୟ ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳେ ଖାଲି ପେଟରେ ଦୁଇଟି କୋଲା ରସୁଣ ଚୋବାଇ ଖାଆନ୍ତି, ତେବେ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ତେଣୁ ସକାଳୁ ଖାଲିପେଟରେ ରସୁଣ ୨କୋଲା ଚୋବାଇ ଖାଇବା ଉଚିତ୍ ।