ଇହୁଦୀଙ୍କୁ ଗୁଳିମାଡ଼ ପଛରେ ପାକିସ୍ତାନ ! ଆକ୍ରମଣକାରୀ ବାପା-ପୁଅ ପାକ୍ ନାଗରିକ

NEWS7
hatya-case-in-anadapur-3

ସିଡନୀ, ୧୫/୧୨:ଅଷ୍ଟ୍ରେଲିଆର ସିଡନୀରେ ଥିବା ବଣ୍ଡି ବିଚରେ ଇହୁଦୀଙ୍କ ଉପରେ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ବିଚରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଆତଙ୍କବାଦୀମାନେ ନୀରିହ ଇହୁଦୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଏବେସୁଦ୍ଧା୧୫ଜଣ ପ୍ରାଣ ହରାଇଥିବା ଖବର ମିଳିଛି । ଗତ ତିନି ଦଶନ୍ଧୀ ମଧ୍ୟରେ ଅଷ୍ଟ୍ରେଲିଆରେ ଏତେ ବଡ ଆକ୍ରମଣ କେବେ ହୋଇନଥିଲା ।

ଆକ୍ରଣ ପରେ ଦୁଇ ଆକ୍ରମଣକାରୀଙ୍କ ବିଭିନ୍ନ ଲିଙ୍କ୍ ବାବଦରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯେଉଁଥିରୁ ବଡ ପ୍ରମାଣ ମିଳିଛି । ଆକ୍ରମଣ କରିଥିବା ଜଣେ ବ୍ୟକ୍ତି ହେଉଛି୫୦ବର୍ଷୀୟ ସାଜିଦ୍ ଆକ୍ରମ୍ । ଯିଏକି ଘଟଣାସ୍ଥଳରେ ପୋଲିସ ଗୁଳିରେ ପ୍ରାଣ ହରାଇଥିଲା । ସେହିପରି ଅନ୍ୟ ଆକ୍ରମଣକାରୀ ହେଲେ ସାଜିଦର ପୁଅ ନଭିଦ୍ ଆକ୍ରମ୍ । ଯିଏ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ନ୍ୟୁ ସାଉଥ୍ ଓ୍ୱେଲସ୍ ପୋଲିସର କହିବାନୁସାରେ, ସମ୍ପର୍କରେ ସାଜିଦ ଏବଂ ନଭିଦ୍ ହେଉଛନ୍ତି ବାପା ଏବଂ ପୁଅ । ଉଭୟ ପାକିସ୍ତାନର ନାଗରିକ ଅଟନ୍ତି । ସାଜିଦର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରୁ ଅନେକ କିଛି ତଥ୍ୟ ମିଳିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସନ୍ଧ୍ୟାରେ ବିଚରେ ପ୍ରବଳ ଜନସମାଗମ ହୋଇଥିଲା । କିନ୍ତୁ ମାତ୍ର୧୦ମିନିଟରେ ଦୁଇ ଆତତାୟୀ ଆସି ଗୁଳି ମାଡ କରିଥିଲେ । ପ୍ରଥମେ କେହି କିଛି ବୁଝିପାରିନଥିଲେ । ପରେ ଲୋକେ ଏଣେତେଣେ ଧାଇଁଥିଲେ । ସେତେବେଳକୁ୧୦ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା ।

ଘଟଣା ପରେ ସାରା ଅଷ୍ଟ୍ରେଲିଆ ସ୍ତବ୍ଧ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ଅନେକ ନେତା ଘଟଣାକୁ ନିନ୍ଦା କରିଛନ୍ତି । ଏହାସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହେଉଛି ।