LIVE TV

ରାଜନାଥଙ୍କ ବୟାନ ପରେ ଭୟରେ ପାକିସ୍ତାନ ! କହିଲା, 'ସିନ୍ଧ ଆମର, ଏମିତି ଭାଷଣ ଦିଅନାହିଁ'

NEWS7
hathras-gangrape-victims-last-ritual-done-by-police-at-midnight

ନୂଆଦିଲ୍ଲୀ, ୨୪/୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ପରେ ଡରିଯାଇଛି ପାକିସ୍ତାନ । କାଳେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି କବଜା କରିବ ସେହି ଭୟରେ ଅଛନ୍ତି ପାକ୍ ସରକାର । ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ପଡୋଶୀ ଦେଶରେ ଥିବା ସିନ୍ଧ ଆମ ଦେଶର ଅଂଶ ହୋଇଥିବା କହିଥିଲେ । ଏହା ପୁଣି ଥରେ ଭାରତରେ ମିଶିପାରେ ବୋଲି ସେ ପ୍ରକାଶ କରିଥିଲେ । ଯାହା ପାକିସ୍ତାନକୁ ଚିନ୍ତାରେ ପକାଇଦେଇଛି ।

ରାଜନାଥଙ୍କ ବୟାନର ଜବାବ ରଖିଛି ପାକିସ୍ତାନ । ପଡୋଶୀ ଦେଶର ବୈଦଶିକ ମନ୍ତ୍ରାଳୟ କହିଛି ଯେ, ରାଜନାଥଙ୍କ ବୟାନ ବିସ୍ତାରବାଦୀ ଭାବନାକୁ ପ୍ରକାଶ କରୁଛି । ଏହା ହିନ୍ଦୁତ୍ୱର ବୃଥା ଆସ୍ଫଳନ । ଆହୁରି ମଧ୍ୟ ଭାରତର ବୟାନ ଅନ୍ତର୍ଜାତୀୟ ନୀତି, ନିୟମ ଏବଂ ସୀମାରେଖାର ଉଲ୍ଲଙ୍ଘନ ବୋଲି ପାକ୍ କହିଛି ।

ପାକ୍ ତରଫରୁ ଆହୁରି କୁହାଯାଇଛି ଯେ, ରାଜନାଥ ସିଂ ଏବଂ ଅନ୍ୟ ଭାରତୀୟ ନେତା ଉତ୍ତେଜନାପୂର୍ଣ୍ଣ ଭାଷଣରୁ ଦୂରରେ ରୁହନ୍ତୁ । ଏପରି ଭାଷଣ ଶାନ୍ତି ଏବଂ ସ୍ଥିରତାକୁ ବିପଦରେ ପକାଉଛି । ଭାରତ ସରକାର ଦୁର୍ବଳ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ଅଧିକ ଧ୍ୟାନ ଦେବା ଜରୁରୀ । ଭେଦଭାବରୁ ଦୂରରେ ରହିବାକୁ ପାକ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । କେବଳ ଏତିକି ନୁହେଁ ଆତଙ୍କୀସ୍ଥାନ ଭାରତର ଉତ୍ତରପୂର୍ବ ସମସ୍ୟା କଥା ମଧ୍ୟ ଉଠାଇଛି ।

କ’ଣ କହିଥିଲେ ରାଜନାଥ ?

ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ରାଜନାଥ କହିଥିଲେ ଯେ, ସିନ୍ଧ ଆଜି ଭାରତର ଅଂଶ ନ ଥାଇପାରେ, କିନ୍ତୁ ସଭ୍ୟତା ଅନୁସାରେ ସିନ୍ଧ ସର୍ବଦା ଭାରତର ଅଂଶ ରହିବ । ଯଦି ଭୂମିର କଥା କହିବା, ତେବେ ସୀମା ବଦଳିଥାଏ, କିଏ ଜାଣେ କାଲି ସିନ୍ଧ ପୁଣି ଥରେ ଭାରତକୁ ଫେରିପାରେ । ଆଡଭାନୀ ତାଙ୍କର ଏକ ପୁସ୍ତକରେ ଲେଖିଛନ୍ତି ଯେ ସିନ୍ଧୀ ହିନ୍ଦୁମାନେ, ବିଶେଷକରି ତାଙ୍କ ପିଢ଼ିର ଲୋକମାନେ, ଏବେ ବି ସିନ୍ଧକୁ ଭାରତରୁ ଅଲଗା ବୋଲି ଭାବନ୍ତି ନାହିଁ ।

ସେ ଆହୁରି କହିଥିଲେ ଯେ, ଯେତେବେଳେ ଲକ୍ଷ୍ନୌରେ କୌଣସି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ସିନ୍ଧୀ ସମ୍ପ୍ରଦାୟର ସଦସ୍ୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି । ରାମାୟଣର ଶ୍ଳୋକଗୁଡ଼ିକ ସ୍ପଷ୍ଟ କରେ ଯେ ସିନ୍ଧ ରାଜା ଦଶରଥଙ୍କ ରାଜ୍ୟର ଅଂଶ ଥିଲା । ସିନ୍ଧ ମଧ୍ୟ ସେହି ଅଞ୍ଚଳ ଯେଉଁଠାରେ ବୈଦିକ ଜ୍ଞାନ ପ୍ରଥମେ ଆସିଥିଲା । ଆମ ସଂସ୍କୃତିରେ ମାତା ଗଙ୍ଗାଙ୍କୁ ସବୁଠାରୁ ପୂଜ୍ୟ ବୋଲି ବିବେଚନା କରାଯାଏ । ଅନ୍ୟ ଦେଶରେ ଭାରତକୁ ସିନ୍ଧୁ ନଦୀ ସହିତ ମଧ୍ୟ ଚିହ୍ନିତ କରାଯାଏ ।