ନୂଆଦିଲ୍ଲୀ – ହରିଆଣାର ମୁଖ୍ୟ ନିର୍ବାଚନ ଅଧିକାରୀ ଲୋକସଭାରେ ବିରୋଧୀ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଲେଖିଲେ ରିମାଇଣ୍ଡର ଲେଟର । ଏହି ଚିଠି ୭ ଅଗଷ୍ଟରେ ଆୟୋଜିତ ପ୍ରେସ୍ କନଫରେନ୍ସରେ ତାଙ୍କ ପକ୍ଷରୁ ଭୋଟର ତାଲିକାରେ ଅନିୟମିତତାର ଅଭିଯୋଗକୁ ନେଇ ଦିଆ ଯାଇଛି। ୯ ଅଗଷ୍ଟରେ ପଠାଯାଇ ଥିବା ପୂର୍ବ ଚିଠିକୁ ଉଲ୍ଲେଖ କରି ଏଥିରେ କୁହଯାଇଛି- ରାହୁଲ ଗାନ୍ଧୀଙ୍କ ସମ୍ୱନ୍ଧିତ ଭୋଟରଙ୍କ ବିବରଣୀ ଦେବାକୁ ଆବେଦନ ଅଛି। ଏହାସହ ନିର୍ବାଚନ ପଞ୍ଜୀକରଣ ନିୟମ, ୧୯୬୦ର ନିୟମ ୨୦ (୩) ( ଖ) ଅନୁସାରେ ଦସ୍ତଖତ ସତ୍ୟପାଠ ଦାଖଲ କରାଯିବା ଉଚିତ୍।
ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀଙ୍କୁ କୁହିଛନ୍ତି ଯେ, ସେ ୧୦ ଦିନ ମଧ୍ୟରେ ଦସ୍ତଖତ ହୋଇଥିବା ସତ୍ୟପାଠ ଦାଖଲ କରନ୍ତୁ, ଯାହାକି ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ଓ ନିର୍ବାଚନ ରେଜିଷ୍ଟ୍ରିକରଣ ନିୟମ ୧୯୬୦ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ପାରିବ। ସୂଚନା ଯେ, କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଆଜି ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ତାଙ୍କୁ ଏହି କାଗଜପତ୍ର ସେୟାର କରିବାକୁ କୁହାଯାଇଛି, ଯାହାର ଆଧାରରେ ସେ ଅଭିଯୋଗ କରିଥିଲେ ଯେ, ଜଣେ ମହିଳା ଦୁଇ ଥର ଭୋଟ ଦେଇଛନ୍ତି।
ଲୋକସଭାରେ ବିରୋଧୀ ନେତାଙ୍କୁ ନୋଟିସ୍ ଜାରି କରାଯିବାର ତୁରନ୍ତ ପରେ ନିର୍ବାଚନ କମିଶନ(ଇସି) ପୁଣି ଥରେ ଅପିଲ କରିଛନ୍ତି। ଇସି କହିଛନ୍ତି ଯେ, ସେ କର୍ଣ୍ଣାଟକ , ହରିଆଣା ଓ ମହାରାଷ୍ଟ୍ରରେ ଭୋଟ ଚୋରି ନେଇ ନିଜର ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ଘୋଷଣାପତ୍ର ଉପରେ ଦସ୍ତଖତ କରନ୍ତୁ ବା ପୁଣି ଅବାନ୍ତର ଅଭିଯୋଗ ପାଇଁ ଦେଶ ଠାରୁ କ୍ଷମା ମାଗନ୍ତୁ। ରାଜ୍ୟର ବରିଷ୍ଠ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ, ଏହି କାଗଜପତ୍ର ତାଙ୍କ କାର୍ଯ୍ୟାଳୟକୁ ବିସ୍ତୃତ ଯାଞ୍ଚ କରିବାରେ ସାହାଯ୍ୟ କରିବ। ରାହୁଲ ଗାନ୍ଧୀ ଗତ ୱିକେଣ୍ଡରେ ସାମ୍ୱାଦିକ ସମ୍ମିଳନୀରେ ଏହି କାଗଜପତ୍ର ଦେଖାଇ ଥିଲେ। ଏହାର ଆଧାରରେ ସେ ଭୋଟର ତାଲିକାରେ ଖୁବ୍ ଅନିୟମିତତା ହୋଇଥିବା ଦାବି କରି ଥିଲେ ଏବଂ ନିର୍ବାଚନ କମିଶନଙ୍କୁ ଏହାର ନିରପେକ୍ଷ ଯାଞ୍ଚ କରିବାକୁ ଦାବି କରି ଥିଲେ।