ଲଣ୍ଡନରେ ଗ୍ରୁମିଂ ଗ୍ୟାଙ୍ଗ୍ ଛ ପାକିସ୍ତାନୀ ଯୁବକଙ୍କ ଟାର୍ଗେଟରେ ଶିଖ୍ ଯୁବତୀ, ଆଗ ପ୍ରେମ ପରେ ଦୁଷ୍କର୍ମ

NEWS7
harshit-rana-becomes-first-indian-cricketer-to-create-unique-record-on-debut

ନୂଆଦିଲ୍ଲୀ ୧୪/୦୧:ଲଣ୍ଡନରେ ଆତଙ୍କ ଖେଳାଇଛି ପାକିସ୍ତାନୀ ଗ୍ରୁମିଂ ଗ୍ୟାଙ୍ଗ୍ । ଏହି ଗ୍ୟାଙ୍ଗ୍ ୧୪ ବର୍ଷୀୟା ଶିଖ ନାବାଳିକାଙ୍କୁ ଗଣବଳାତ୍କାର କରାଇଥିବା ମାମଲା ସାମ୍ନାକୁ ଆସିଛି । ପ୍ରଥମେ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଯାଇଥିଲା । ଏହାପରେ ତାଙ୍କୁ ଅପହରଣ କରାଯାଇ ଫ୍ଲାଟ୍ରେ ବନ୍ଦୀ ରଖାଯାଇଥିଲା । ସେଠାରେ ତାଙ୍କୁ ୫-୬ ଜଣ ଦୁଷ୍କର୍ମ କରିଥିଲେ ।

ରିପୋର୍ଟ ମୁତାବକଲଣ୍ଡନରେ ରହୁଥିବା ଶିଖ ଲୋକଙ୍କୁ ଏହା ଜଣାପଡ଼ିବା କ୍ଷଣି ସେମାନେ ଫ୍ଲାଟ ନିକଟରେ ପହଞ୍ଚିଥିଲେ । ଜୋରଦାର ହଙ୍ଗାମା କରିଥିଲେ । କିଛି ସମୟ ପରେ ସେଠାରେ ୨୦୦ରୁ ଅଧିକ ଶିଖ ଲୋକ ଜମା ହୋଇ ନାବାଳିକା ପୀଡ଼ିତାଙ୍କୁ ଫ୍ଲାଟ ମଧ୍ୟରୁ ଉଦ୍ଧାର କରିଥିଲେ । ଶିଖମାନଙ୍କ ଅଭିଯୋଗ ଯେ ପଶ୍ଚିମ ଲଣ୍ଡନରେ ଏହିଭଳି ଭାବେ ନାବାଳିକାଙ୍କୁ ଟାର୍ଗେଟ୍ କରାଯାଉଛି । ସେମାନଙ୍କୁ ଅପହରଣ କରି ଯୌନ ଶୋଷଣ କରାଯିବା ଘଟଣା ସାଧାରଣରେ ପରିଣତ ହୋଇଛି । ଘଟଣା ସହ ଜଡ଼ିତ କିଛି ଭିଡିଓ ଡେଭିଡ୍ ଆଥର୍ଟନ ନାମକ ଜଣେ ୟୁଜର ସୋସିଆଲ ମିଡିଆଏକ୍ସରେ ସେୟାର କରିଛନ୍ତି ।

ଡେଭିଡ୍ଙ୍କ ଅନୁସାରେ,ଜଣେ ପାକିସ୍ତାନୀ ଯୁବକ ପୀଡ଼ିତା ଶିଖ ନାବାଳିକାଙ୍କୁ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନିଜ ଫ୍ଲାଟରେ ରଖୁଥିଲା । ଯୌନ ଶୋଷଣ ପାଇଁ ସେ ୬ ଜଣ ପୁରୁଷଙ୍କୁ ଡାକିଥିଲା । ସମସ୍ତେ ମିଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ । ଘଟଣାକୁ ନେଇ ଅଭିଯୋଗ ହେବା ପରେ ବି ପୁଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଏହାପରେ ଶିଖ ସମୁଦାୟର ଲୋକମାନେ ନିଜ ଆଡ଼ୁ ପଦକ୍ଷେପ ନେଇଥିଲେ । ସଂଘବଦ୍ଧ ଭାବେ ସେମାନେ ପାକିସ୍ତାନୀ ଯୁବକଙ୍କ ଫ୍ଲାଟକୁ ଘେରିଥିଲେ । ଦୀର୍ଘ ଘଣ୍ଟା ହଙ୍ଗାମା ପରେ ପୀଡ଼ିତାଙ୍କୁ ମୁକ୍ତ କରାଯାଇଥିଲା । ଇଂଲଣ୍ଡରେ ପାକିସ୍ତାନୀଙ୍କ ଏଭଳି ଅନେକ ଗ୍ୟାଙ୍ଗ୍ ସକ୍ରିୟ ରହିଛି । ଏଭଳି ମାମଲା ବଢ଼ିବାରେ ମଧ୍ୟ ଲାଗିଛି । ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କ ବି ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ଏମିତି ଚାଲୁଛି ଗ୍ରୁମିଂ ଗ୍ୟାଙ୍ଗ୍

ଶିଖ ସମୁଦାୟଙ୍କ ଅନୁସାରେ,ବ୍ରିଟେନ୍ରେ ପାକିସ୍ତାନୀ ଗ୍ରୁମିଂ ଗ୍ୟାଙ୍ଗ୍ ଟାର୍ଗେଟ୍ରେ ୧୧ରୁ ୧୬ ବର୍ଷୀୟା ନାବାଳିକା ରହିଛନ୍ତି । ଗ୍ୟାଙ୍ଗ୍ର ସଦସ୍ୟ ଗରିବ ଝିଅଙ୍କୁ ଖୋଜୁଛନ୍ତି । ସୋସିଆଲ ମିଡିଆରେ କୌଣସି ଝିଅଙ୍କୁ ଏକାକୀ ଦେଖିବା କିମ୍ବା ସ୍କୁଲରେ ଅନୁପସ୍ଥିତ ରହୁଥିବା ନାବାଳିକାଙ୍କୁ ସେମାନେ ଚିହ୍ନଟ କରୁଛନ୍ତି । ଏହାପରେ ସେମାନଙ୍କୁ ଦାମୀ ଉପହାର ଦେଇ,ବିବାହର ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଉଛନ୍ତି । ଏହାପରେ ଯୌନ ଶୋଷଣ ଆରମ୍ଭ କରିଦେଉଛନ୍ତି । ନାବାଳିକାଙ୍କୁ ସେମାନେ କୌଶଳକ୍ରମେ ପରିବାରଠାରୁ ଅଲଗା କରିଦେବାରେ ସଫଳ ହେଉଛନ୍ତି । ପ୍ରକୃତ ଘଟଣା ଜାଣିବା ପରେ ଯେଉଁ ନାବାଳିକା ସେମାନଙ୍କ କବଳରୁ ଖସିବାକୁ ଉଦ୍ୟମ କରନ୍ତି,ଗ୍ୟାଙ୍ଗ୍ ସେମାନଙ୍କୁ ବ୍ଲାକମେଲ୍ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇ ନିଜ ପାଖରେ ରଖିଥାଏ । ଗ୍ରୁମିଂ ଗ୍ୟାଙ୍ଗ୍ ଏଭଳି ଭାବେ ନାବାଳିକାଙ୍କୁ ନିଜ କବ୍ଜାକୁ ଆଣିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଉଛି । ଫ୍ଲାଟ,ହୋଟେଲକୁ ପଠାଇ ମୋଟା ଅଙ୍କର ଅର୍ଥ ହାସଲ କରୁଛି ।