ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା, ଏକାଠି ଥିଲେ ବିଜେଡି-କଂଗ୍ରେସ ନେତା

NEWS7
harmanprit-catch-today

ଭୁବନେଶ୍ୱର ୦୫।୦୩ : ମିଳିମିଶି ଭରିଲେ ନାମାଙ୍କନ। ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱେର ହୋତା ଏକାସାଙ୍ଗ ଭରିଲେ ନାମାଙ୍କାନ । ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ କିଛି ରୋଚକ ଦୃଶ୍ୟ । ପରସ୍ପର ବିରୋଧୀ ଥିବା ଦୁଇ ଦଳର ଦୁଇ ନେତା ଏକାଠି ଗୋଟିଏ ଜାଗାରେ ବସିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।

​​​​​​​

ରାଜ୍ୟରେ ଏବେ ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ଏହିକ୍ରମରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ସିଟ୍ ପାଇଁ କମନ କ୍ୟାଣ୍ଡେଡେଟ୍ ଥିବା ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଭରିଛନ୍ତି । ପ୍ରଥମେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିଲେ । ଏହାପରେ ଡ. ହୋତା ନାମାଙ୍କନ ଭରିଥିଲେ ।