ପୁଅ ଖାଇବ ବୋଲି ରୋଷେଇ କରୁଥିଲା ମା, ହେଲେ ଗୁଣି ସନ୍ଦେହରେ ମାରିଦେଲା ଜହ୍ଲାଦ...

NEWS7
harishchandra-das-the-editor-of-the-organization-is-likely-to-be-remanded

ମୋରଡ଼ା ୨୯।୦୧ :  ସକାଳୁ ପୁଅ ଖାଇବ ବୋଲି ରୋଷେଇ କରୁଥିଲା ମା । ହେଲେ କିଏ ଜାଣିଥିଲେ ଯେଉଁ ପୁଅର ଖାଇବା ପାଇଁ ସେ ରୋଷେଇ କରୁଛନ୍ତି । ସେହି ପୁଅ ହିଁ ତାକୁ ଅତି ନୃଶଂସ ଭାବେ ହତ୍ୟା କରିଦେବ । ଡାହାଣୀ ସନ୍ଦେହରେ ନିଜ ଜନ୍ମ କଲା ମାକୁ ହତ୍ୟା କରିଛି ଏକମାତ୍ର ପୁଅ । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବେତନତୀ ଅଞ୍ଚଳରୁ ଆସିଛି ଏପରି ଚିତ୍ର ।

ଖବର ଅନୁଯାୟୀ, ଭାଲିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁର ରାଇମମୀ ସିଂ ତାଙ୍କର ଏକମାତ୍ର ପୁଅ ତପନ ସହିତ ଘରେ ରହୁଥିଲେ । ତପନ ପ୍ରତିଦିନ ପ୍ରବଳ ମାତ୍ରାରେ ମଦ୍ୟ ପାନ କରୁଥିଲେ । ତପନଙ୍କ ମା ରାଇମମୀ ଦିନ ମଜୁରିଆ କରି ଯାହା ବି ରୋଜଗାର କରି ଆଣନ୍ତି । ସମସ୍ତ ଟଙ୍କାକୁ ତପନ ମଦ ପିଇବା ପାଇଁ ମାଗନ୍ତି । ଯଦି ମା ଟଙ୍କା ନଦିଅନ୍ତି, ତେବେ ପୁଅ ମାଡ଼ ତାଙ୍କୁ ମାରେ ।  ପୂର୍ବରୁ ତପନ ତାଙ୍କ ସ୍ତ୍ରୀ ମାଡ଼ ମାରୁଥିବାରୁ ସ୍ତ୍ରୀ ତପନକୁ ଛାଡ଼ି ବାପ ଘରକୁ ଚାଲିଯାଇଛନ୍ତି । ହେଲେ ଏବେ ମା ପୁଅ ପାଇଁ ରୋଷେଇ କରୁଥିବା ସମୟରେ ତପନ ଟଙ୍କା ମାଗିବାରୁ ରାଇମଣୀ ମନା କରିଥିଲେ । ଯାହାପରେ ରାଗି ଯାଇ ପୁଅ ମାଙ୍କୁ ପିଟି ପିଟି ହତ୍ୟା କରିଦେଇଛନ୍ତି ।

ସେପଟେ ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାରୀ ପୁଅ ତପନ । ମା ଗୁଣି ଗାରେଡି କରି ସ୍ତ୍ରୀ ପେଟରେ ଥିବା ଛୁଆକୁ ମାରିଦେଇଛି । ବାକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ତଦନ୍ତ ନିମନ୍ତେ ପଠାଇଛି । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।