ଆନନ୍ଦପୁର ୨୫/୪: ଅସମାଜିକଙ୍କ ଆଡ୍ଡାସ୍ଥଳୀ ସୁଆଁପଦ ଗାଁ । ବେଧଡକ ଚାଲିଛି ମଦ କାରବାର । ସ୍ଥାନୀୟ ଜେନା ସାହିର କିଛି ଯୁବକ ଗାଁରେ ଆତଙ୍କ ଖେଳାଉଛନ୍ତି । ଝିଅ-ବୋହୂ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ପ୍ରତିବାଦ କଲେ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ମିଳୁଛି ଧମକ । ସବୁ ଜାଣି ଚୁପ୍ ବସିଛି ପ୍ରଶାସନ । ଏମିତି କିଛି ଅଭିଯୋଗ ଆଣି ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ସୁଆଁପଦା ଗ୍ରାମବାସୀ । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗାଁରେ ମାଦକ ଦ୍ରବ୍ୟ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି ।