ହନୁମାନ ଜୟନ୍ତୀ ପ୍ରସ୍ତୁତି, ସମ୍ବଲପୁରରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ

Published By : Prameya-News7 Bureau | April 12, 2025 IST

ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ପୋଲିସର ପ୍ରସ୍ତୁତି । ପୋଲିସର ଫ୍ଲାଗ ମାର୍ଚ୍ଚ । ସୋମବାର ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ଏହି ଫ୍ଲାଗ ମାର୍ଚ୍ଚ କରାଯାଉଛି । ରିଜର୍ଭ ପୋଲିସ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। 

ସହରର ଲକ୍ଷ୍ମୀ ଟକିଜ ଛକ, ଜିଲ୍ଲା ସ୍କୁଲ ଛକ, ମ୍ଯୁନିସିପାଲଟି ଛକ, ପିର ବାବା ଛକ, ଜେଲ ଛକ, ଭୁତାପଡ଼ା, ମୋତିଝରଣ, ସୁନାପାଲି, ଧନକଉଡ଼ାରେ ମଧ୍ୟ ଏହି ଫ୍ଲାଗମାର୍ଚ୍ଚ କରାଯିବ। ଉତ୍ତରାଂଚଳ ଆଇଜି, ସମ୍ବଲପୁର ଏସପି, ଅତିରିକ୍ତ ଏସପି, ସଦର ଏସଡିପିଓ ଓ ଥାନା ଅଧିକାରୀ, ବିଏସଏଫ, କମ୍ପାନୀ ରାପିଡ ଆକ୍ସନ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ଅଛନ୍ତି। ସମୁଦାୟ ୩୫ ପ୍ଲାଟୁନ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି। ହନୁମାନ ଜୟନ୍ତୀରେ ୫୦ ପ୍ଲାଟୁନ ଫୋର୍ସ ସମ୍ବଲପୁର ଜଗିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.