Live Live
LIVE

ନେପାଳର ନବନିର୍ବାଚିତ ଯୁବ ନେତା ବଲେନ ଶାହଙ୍କ ସହ କଥା ହେଲେ ମୋଦୀ

NEWS7
hansita-and-anil-bail-petition-reject-by-court

ନୂଆଦିଲ୍ଲୀ: ନେପାଳର ନବନିର୍ବାଚିତ ନେତା ବଲେନ ଶାହ ଦେଶର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏମିତିରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବଲେନ୍ଦ୍ର ଶାହଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦୀ ଏନେଇ ଏକ୍ସରେ ସୂଚନା ଦେଇଛନ୍ତି। ପିଏମ ମୋଦୀ କହିଛନ୍ତି, "ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି (RSP)ର ଅଧ୍ୟକ୍ଷ ରବି ଲାମିଛାନେ ଏବଂ RSPର ବରିଷ୍ଠ ନେତା ବଲେନ ଶାହଙ୍କ ସହ ଟେଲିଫୋନରେ ଆଲୋଚନା ହୋଇଛି। ଦୁଇ ଦେଶର ପାରସ୍ପରିକ ସମୃଦ୍ଧି, ପ୍ରଗତି ଏବଂ କଲ୍ୟାଣ ପାଇଁ କାମ କରିବାର ଭାରତ ନିଜର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ସହ ପିଏମ ମୋଦୀ କହିଛନ୍ତି, ଆମର ମିଳିତ ପ୍ରୟାସ ସହ ଆଗାମୀ ବର୍ଷରେ ଭାରତ ଏବଂ ନେପାଳ ସମ୍ପର୍କ ନୂଆ ଶିଖର।

ନବନିର୍ବାଚିତ ଯୁବ ନେତା ବଲେନ ଶାହ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ହରାଇବା ପରେ ନେପାଳର ରାଜନୈତିକ ଦୃଶ୍ୟପଟରେ ଏକ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ପେଶାରେ ଜଣେ ଇଞ୍ଜିନିୟର। ପ୍ରଥମେ ସେ କାଠମାଣ୍ଡୁର ମେୟର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। ଆଉ ପ୍ରାୟ ଚାରି ବର୍ଷ ପରେ ଏବେ ସେ ନେପାଳର ପ୍ରଧାନମନ୍ତ୍ରୀ ପଦରେ ବସିବାରେ ସବୁଠାରୁ କମ୍ ବୟସ୍କ ବ୍ୟକ୍ତି ହୋଇ ଇତିହାସ ରଚିଛନ୍ତି।

ଝାପା-୫ରୁ ପ୍ରତିଦ୍ୱନ୍ଦ୍ୱିତା କରି ପୂର୍ବତନ ରାପର୍ ଏବଂ ମେୟର ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱୀ କେପି ଓଲିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସପି)ର ଜଣେ ବରିଷ୍ଠ ନେତା କହିଛନ୍ତି ଶାହ ୬୮,୩୪୮ ଭୋଟ ପାଇଛନ୍ତି, ଯାହା କେପି ଓଲିଙ୍କୁ ମିଳିଥିବା ଭୋଟ ଠାରୁ ୪ ଗୁଣ ଅଧିକ।