ଗୁଲୁମୀ ଜଳ ପ୍ରପାତରେ ବୁଡ଼ି ଏସଆଇ ନିଖୋଜ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

NEWS7
hanging-body-found-inside-shiv-temple

ବୋରିଗୁମ୍ମା: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳ ପ୍ରପାତରେ ବୁଡ଼ି ଜଣେ CISF ASI ନିଖୋଜ l ବହୁତ ସନ୍ଧାନ ପରେ ବି ୨୪ ଘଣ୍ଟା ହେବ ତାଙ୍କର କୌଣସି ପତ୍ତା ମିଳିନି।

ସୂଚନା ଅନୁଯାୟୀ ଗତ କାଲି ଗୁଲୁମୀରେ ୫ ଜଣ ସାଙ୍ଗ ପିକନିକ କରିବାକୁ ଆସିଥିବା ବେଳେ ଜଣେ କୌଣସି କାରଣ ବଶତଃ ପାଣିରେ ବୁଡ଼ି ଯାଇଛନ୍ତି l ନିଖୋଜ SI ଛତିଶଗଡ଼ ନଗରନାର NMDC ଥାନାର ଆକାଶ ଚୌଧୁରୀ ବୋଲି ଜଣା ପଡିଛି l କୋଟପାଡ଼ ଅଗ୍ନିଶମ ବିଭାଗ ଟିମ୍ ଓ ଓଡ୍ରାପ୍ ଟିମ୍ ସର୍ଚ୍ଚ ଅପରେସନ ଚଳାଇଛନ୍ତି। କୋଟପାଡ଼ ପୋଲିସ୍ ପହଞ୍ଚି ତଦନ୍ତ କରୁଛି। ୨୪ ଘଣ୍ଟା ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଓଡ୍ରାଫ ଛତିଶଗଡ ଏଣ୍ଡିଆରଏଫ ଏବଂ ଏସଡ଼ିଆର ଟିମ |