ସୁନ୍ଦରଗଡ଼ ୨୭।୧୨: ସ୍କୁଟି ସହ ଯୁବକଙ୍କୁ ଜାଲିଦେଲେ I ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛପଟୁ ଉଦ୍ଧାର ହୋଇଛି I କେହି ଦୁର୍ବୃତ୍ତ ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି I
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଲେଫ୍ରିପଡା ଥାନା ସର୍ଗିପାଲି ନବୋଦୟ ବିଦ୍ୟାଳୟ ପଛ ପଟେ ଥିବା ଏକ ପାଳଗଦାରେ ନିଆଁ ଲାଗିଥିବା ଦେଖିଥିଲେ ଲୋକେ । ପାଖକୁ ଗଲା ପରେ ସେଠାରେ ଏକ ସ୍କୁଟି ସହ ଯୁବକ ଜଳୁଥିବାର ଦେଖିଥିଲେ । ଏହା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକ ଜଣଙ୍କ ହେମଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
You Can Read:
ଢେଙ୍କାନାଳରେ ଅଘଟଣ, ଚଳନ୍ତା ଟ୍ରେନ୍ରୁ ଖସିପଡିଲେ ମା-ପୁଅ