ରାଉରକେଲା ୧୨।୬: ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ସେକ୍ଟର ୧୫ ପୋଲିସ ମୃତଦେହ ଉଦ୍ଧାର କରିଛି । ମିଳିନି ମୃତକଙ୍କ ପରିଚୟ । କିଏ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ରିଙ୍ଗ ରୋଡ୍ କଡ ସେକ୍ଟର ୧୭ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଦୁର୍ଗନ୍ଧ ହେବା ସହ ଲୋକଙ୍କ ନଜରରେ ଆସିବା ପରେ ଘଟଣାସ୍ଥଳରେ ସେକ୍ଟର-୧୫ ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ହତ୍ୟା କରାଯାଇଛି ନା ଅନ୍ୟ କେଉଁଠାରେ ହତ୍ୟାକରି ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ନିଆଁ ଲାଗାଇ ଦିଆଯାଇଛି ତାହା ମଧ୍ୟ ତଦନ୍ତ କରୁଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ କରିବା ସହ ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ଶବଗୃହରେ ରଖାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ସହ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ଖୋଜୁଛି ରାଉରକେଲା ସେକ୍ଟର-୧୫ ଥାନା ପୋଲିସ ।
ମୃତ ବ୍ୟକ୍ତିଙ୍କ ମିଳିନାହିଁ ପରିଚୟ । କିଏ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହକୁ ନିଆଁ ଲଗାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।
You Can Read:
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ସଶସ୍ତ୍ର ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା