messi india tour: ଭାରତ ଆସିବାକୁ ମେସି ନେଇଥିଲେ ୮୯ କୋଟି, ଟ୍ୟାକ୍ସ ଥିଲା ୧୧ କୋଟି: ଗିରଫ ଇଭେଣ୍ଟ ଆୟୋଜକ

NEWS7
hairstylist-made-9-feet-braid-on-womans-head-get-guinness-world-record

କୋଲକାତାକୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ କନସର୍ଟରେ ହୋଇଥିବା ବ୍ୟାପକ ବିଶୃଙ୍ଖଳା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। କାର୍ଯ୍ୟକ୍ରମରେ ବିଶୃଙ୍ଖଳା ଯୋଗୁ ଗିରଫ ହୋଇଥିବା ଏହାର ଆୟୋଜ ସତଦ୍ରୁ ଦତ୍ତ ବଡ଼ ଖୁଲାସା କରିଛନ୍ତି।

ମେସି ତାଙ୍କ ଭାରତ ଗସ୍ତ ପାଇଁ ୮୯ କୋଟି ଟଙ୍କା ନେଇଥିଲେ। ତା ସହିତ ୧୧ କୋଟି ଟଙ୍କା ସରକାରଙ୍କୁ ଟିକସ ଭାବରେ ଦିଆଯାଇଥିଲା ବୋଲି ଇଭେଣ୍ଟର ଆୟୋଜକ ସତଦ୍ରୁ ଦତ୍ତା ପୋଲିସକୁ କହିଛନ୍ତି। ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଏସ୍ଆଇଟି ଦ୍ୱାରା ପଚରାଉଚରା ବେଳେ ଦତ୍ତ ଏହି ଖୁଲାସା କରିଛନ୍ତି। ରାଜ୍ୟ ଦ୍ୱାରା ଗଠିତ ଏସଆଇଟି ଠାରୁ ସୂଚନା ପାଇ ପୋଲିସ ଦତ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୨୨ କୋଟି ଟଙ୍କା ଜବତ କରିଛି ଏବଂ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଛି। ଏଥିସହିତ ପୁଲିସ ଶୁକ୍ରବାର ତାଙ୍କ ରିଶ୍ରା ବାସଭବନରେ ମଧ୍ୟ ଚଢାଉ କରିଥିଲା।

ସୁରକ୍ଷା ନିର୍ଦ୍ଦେଶକ ପୀୟୁଷ ପାଣ୍ଡେଙ୍କ ନେତୃତ୍ୱରେ ଗତ ୪୮ ଘଣ୍ଟା ଧରି ଦତ୍ତାଙ୍କୁ ପଚରାଉଚରା କରାଇଥିଲା। ଏନେଇ ଜଣେ ପୁଲିସ ଅଫିସର କହିଛନ୍ତି "ଦତ୍ତ ଦାବି କରିଛନ୍ତି ଯେ ମେସି ଗସ୍ତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାର କିଛି ପାଣ୍ଠି ପ୍ରାୟୋଜକଙ୍କଠାରୁ ଆସିଥିଲା ଏବଂ ବାକି ଟିକେଟ୍ ବିକ୍ରୟରୁ ଆସିଥିଲା। କିନ୍ତୁ ଟିକେଟ୍ ବିକ୍ରୟ ଏବଂ ପ୍ରାୟୋଜକ ମୋଟ ଖର୍ଚ୍ଚର ୬୦%-୭୦% କଭର କରୁଥିଲା। ତେଣୁ ତଦନ୍ତକାରୀଙ୍କୁ ତାଙ୍କ ଦାବି ଉପରେ ସନ୍ଦେହ କରୁଛି।"

ମେସିଙ୍କ କାର୍ଯ୍ୟକ୍ରମରେ କଳାଧନର ବ୍ୟବହାର ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ହେଲେ ଦତ୍ତ କିନ୍ତୁ କୌଣସି ଅନିୟମିତାତ ହୋଇ ନାହିଁ ବୋଲି କହୁଛି। ଆୟୋଜକ ସତଦ୍ରୁ ଦତ୍ତ ଦାବି କରିଥିଲେ ଯେ ପ୍ରାରମ୍ଭରେ କେବଳ ୧୫୦ଟି ଗ୍ରାଉଣ୍ଡ ପାସ୍ ପ୍ରଦାନ କରାଯାଇଥିଲା, କିନ୍ତୁ ପରେ ଯୋଜନା ପରିବର୍ତ୍ତନ କରାଯାଇଥିଲା ଏବଂ ପାସ୍ ସଂଖ୍ୟା ତିନିଗୁଣ ବୃଦ୍ଧି କରାଯାଇଥିଲା।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଦୁଇଟି ମାମଲା ରୁଜୁ କରିସାରିଛି। ବିଧାନନଗର ଦକ୍ଷିଣ ପୋଲିସ ଷ୍ଟେସନରେ ଏକ ନିଜ ଆଡ଼ୁ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗଗୁଡ଼ିକ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା, ଭଙ୍ଗାରୁଜା କରିବା, ହିଂସା ବଢ଼ାଇଭା କରିବା ଏବଂ ସାଧାରଣ ସୁରକ୍ଷାକୁ ବିପଦରେ ପକାଇବା ଭଳି ଅଭିଯୋଗ ରହିଛି। ଏଥିସହିତ ଦତ୍ତାଙ୍କ ବିରୁଦ୍ଧରେ ଅନେକ ଜାମିନ ବିହୀନ ଅଭିଯୋଗ ଦାଖଲ କରାଯାଇଛି।