ରାସ୍ତା ମଝିରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ୫ ଯାତ୍ରୀ

NEWS7
gujarat-were-bowled-out-for-180-even-after-the-openers-century-partnership--

ବ୍ରହ୍ମଗିରି: ରାସ୍ତା ମଝିରେ ଜଳିଗଲା କାର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ୫ ଯାତ୍ରୀ। ଘଟଣା ଘଟିଛି ବ୍ରହ୍ମଗିରି ସାତପଡ଼ାରେ।ସାତପଡ଼ା ଓ ଚିଲିକା ବୁଲିବାକୁ ଏକ କାରରେ ଆସିଥିବା ପର୍ଯ୍ୟଟକଙ୍କ ସହ ଘଟିଛି ଦୁର୍ଘଟଣା।

ସୂଚନା ଅନୁସାରେ, ରବିବାର ୫ ପର୍ଯ୍ୟଟକ ଏକ କାର୍ ଯୋଗେ ପୁରୀରୁ ସାତପଡ଼ା ଯାଇଥିଲେ। ଚିଲିକା ବୁଲି ସନ୍ଧ୍ୟାରେ ପୁରୀ ଫେରୁଥିଳେ। ହେଲେ ପୁରୀ- ସାତପଡ଼ା ଜାତୀୟ ରାଜପଥ ପଣସପଦା ପେଟ୍ରୋଲ ପମ୍ପ ନିକଟରେ ହଟାତ କାର ପଛପଟୁ ଏକ ଶବ୍ଦ ହୋଇଥିଲା।

ଆଉ ଏହି ଶବ୍ଦ କେଉଁଠୁ ଆସିଲା ଜାଣିବାକୁ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଦେଖିବାବେଳେକୁ ଗାଡ଼ିରେ ନିଆଁ ଲାଗିସାରିଥିଲା। ତେବେ ସଙ୍ଗେସଙ୍ଗେ ଡ୍ରାଇଭର ସମେତ ୫ ପର୍ଯ୍ୟଟକ କାର ଛାଡ଼ି ଦୌଡିଥିଲେ। ଚାହୁଁଚାହୁଁ କାରଟି ହୁତୁହୁତ ହୋଇ ଜଳିଯାଇଥିଲା।

ତେବେ CNG ଫାଟି ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ, ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।