ଗୁଜରାଟ ୦୯/୦୭: ଗୁଜରାଟ ଭଦୋଦରାରେ ଅଭାବନୀୟ ଘଟଣା । ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଆଖି ସାମ୍ନାରେ ଦୁଇ ଫାଳ ହେଲା ବ୍ରିଜ୍ । ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ । ତେବେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।
ହଠାତ ବ୍ରିଜ ଭାଙ୍ଗିବା ପରେ ୨ଟି ଟ୍ରକ, ବୋଲେରୋ ଓ କାର ନଦୀ ଗର୍ଭକୁ ଫସି ପଡ଼ିଥିଲା । ତେବେ ଘଟଣା ପରେ ଅନ୍ୟ ଏକ ଟ୍ରକ ଅଧା ଭଙ୍ଗା ବ୍ରିଜ୍ ଉପରେ ଫସିରହିଛି । ବୁଧବାର ସକାଳ ପ୍ରାୟ ୭ଟା ୩୦ ବେଳେ ହଠାତ ବ୍ରିଜର କିଛି ଅଂଶ ଭୁଶୁଡି ପଡିଥିଲା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବ୍ରିଜ ଭୁଶୁଡିବା ପରେ ଭଦୋଦରା ଜିଲ୍ଲାରୁ ଆନନ୍ଦ ଜିଲ୍ଲାକୁ ଯାତାୟତ ପ୍ରଭାବିତ ହୋଇଛି।
ସେପଟେ ବ୍ରିଜ ଭୁଶୁଡିବା ନେଇ ସ୍ଥାନୀୟ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । କହିଛନ୍ତି, ବ୍ରିଜଟି ଦୀର୍ଘ ବର୍ଷ ପୁରୁଣା ହୋଇଥିବା ବେଳେ ମରାମତି ପାଇଁ ବହୁବାର ଦାବି ହୋଇଥିଲା, ମାତ୍ର ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଇଛି । ତେବେ ଅନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।