ଗୁଜରାଟ ସାମ୍ନାରେ ୨୦୪ ରନ୍‌ର ବିଶାଳ ଲକ୍ଷ୍ୟ; ଚମକିଲେ ଅକ୍ଷର, ଆଶୁତୋଷ ଓ ପ୍ରଶିଦ୍ କ୍ରିଷ୍ଣା

Published By : Prameya-News7 Bureau | April 19, 2025 IST

ଗାନ୍ଧିନଗର: ଆଶୁତୋଷ, ଅକ୍ଷର ଓ କରୁନ ନାୟରଙ୍କ ଦମଦାର ବ୍ୟାଟିଂ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଛକା ଓ ଚୌକା ବର୍ଷା, ଗୁଜରାଟ୍ ଟାଇଟନ୍ସ ଚିତ୍ । ୮ ଓ୍ବିକେଟ୍ ହରାଇ ୨୦୩ ରନ୍‌ର ବିଶାଳ ସ୍କୋର ଛିଡ଼ା କଲା ଦିଲ୍ଲୀ କ୍ୟାପିଟାଲ୍ସ । ଘରୋଇ ଟିମ୍ ସାମ୍ନାରେ ବିଜୟ ଲକ୍ଷ୍ୟ ୨୦୪ ରନ୍‌।

ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲର ୩୫ତମ ମ୍ୟାଚ୍ ଚାଲିଛି । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଶନିବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ କୋଡିଏ ଓଭରରେ ଦଳ ୨୦୩ ରନ୍ ସଂଗ୍ରହ କରିଛି । ଫଳରେ ଗୁଜରାଟ ଟାଇଟନ୍ସ ସମ୍ନାରେ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।  ଦିଲ୍ଲୀ ପକ୍ଷରୁ ଅଧିନାୟକ ଅକ୍ଷର ପଟେଲ୍ ସର୍ବାଧିକ ୩୯ ରନ୍ କରିଛନ୍ତି । ସେପଟେ କରୁନ ନାୟର ଓ ଆଶୁତୋଷ ଶର୍ମା ଉଭୟେ ୩୧ ରନ୍ ଲେଖାଏଁ ଦଳୀୟ ସ୍କୋରରେ ଯୋଡ଼ିଛନ୍ତି । ଯାହାଫଳରେ ଦିଲ୍ଲୀ ବିନା କୌଣସି ଅର୍ଦ୍ଧଶତକରେ ୨୦୦ ରନ୍ ପାର୍ କରିବାରେ ସଫଳ ହୋଇଛି । ଗୁଜରାଟ ଟାଇଟନ୍ସ ପକ୍ଷରୁ ପ୍ରସିଦ୍ କୃଷ୍ଣା ଯିଏ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି ।  ଆଇପିଏଲରେ ସର୍ବାଧିକ ଓ୍ବିକେଟ୍ ନେଇ ପର୍ପଲ କ୍ୟାପକୁ ନୁର୍ ଅହମ୍ମଦଙ୍କ ଠାରୁ ଛଡ଼ାଇ ନେଇଛନ୍ତି ପ୍ରସିଦ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.