ପୁରୀ ୭।୬: ଶନିବାର ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଶନିବାର ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ ।
ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଞ୍ଚିବା ପରେ ସେଠାରେ ଗଜପତି ବନ୍ଦାପନା କରିବେ । ଏହି ସମୟରେ ଗଜପତିଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ରାଜଗୁରୁ, ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନିତୀ ସଂପାଦନ କରିବେ । ଶ୍ରୀନହରରେ ବନ୍ଦାପନା ସରିବା ପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହେବ ।
ସେଠାରେ ନୀତିକାନ୍ତି ସରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ଠାକୁର । ସେପଟେ ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ସମସ୍ତ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନୀତି ସମ୍ପାଦିତ କରି ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବେ ।
You Can Read:
ଆନନ୍ଦପୁରରେ ଇଦ୍-ଉଲ୍-ଜୁହା ପାଳିତ, ସମୁହ ନମାଜ ପାଠ ସହ ପରସ୍ପରକୁ ଶୁଭକାମନା ଜଣାଇଲେ ମୁସଲିମ୍ ଧର୍ମାବଲମ୍ବୀ