ସହରାଞ୍ଚଳ ଆବାସ ଯୋଜନା ୨.୦, ସହରିଆଙ୍କ ଦୁଃଖ ଶୁଣିବେ ସରକାର

NEWS7
gt-vs-rr-sai-sudharsan-created-history-in-ipl-even-chris-gayle-and-virat-kohli

ଭୁବନେଶ୍ୱର ୦୬/୦୨: ଟେନ୍‌ସନ୍‌ ହେଲା ଦୂର । ଏଣିକି ସହରିଆଙ୍କୁ ସରକାର ଦେବେ ଘରଭଡ଼ା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର ।

ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ।

​​​​​​​

ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳା ମାନଙ୍କୁ ସରକାର ଭଡ଼ାରେ ଘର ଦେବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ର ଅପରେସନଆଲ ଗାଇଡ ଲାଇନ ଅନୁଯାୟୀ ୨ ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ ।

also read..

ବାଲି ମାଫିଆ ଲିଙ୍କ୍‌କୁ ନେଇ ତନାଘନା, ଇଡିରେ ହାବୁଡ଼ରେ ମାଷ୍ଟର ମାଇଣ୍ଡ ସନ୍ତୋଷ ଦଳେଇ