ବିବାଦ ପରେ ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡର ବିକ୍ରି ସ୍ଥଗିତ, ତ୍ରୁଟି ଥିବା ନେଇ ହୋଇଥିଲା ଅଭିଯୋଗ

NEWS7
grs-deadbody-found-in-kuchinda

ପୁରୀ ୩୧।୧୨: ବିବାଦ ପରେ ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡର ବିକ୍ରି ସ୍ଥଗିତ । ଭୟଙ୍କର ତ୍ରୁଟି ଥିବା ନେଇ ହୋଇଥିଲା ଅଭିଯୋଗ । ରଥଯାତ୍ରାର ଏକ ଫଟୋରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭୁଲ୍ ସ୍ଥାନରେ ଚିତ୍ରିତ କରାଯାଇଥିବା ନେଇ ଉଠିଥିଲା ପ୍ରଶ୍ନ ।

​​​​​​​

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ସ୍ଥାନିତ ଫଟୋଚିତ୍ର ତ୍ରୁଟି ଦର୍ଶାଇ ଗଣମାଧ୍ୟମରେ ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶହେ ବର୍ଷ ତଳର ଏହା ଏକ ଚିତ୍ରକର କଳାକୃତି । ତାଳପତ୍ରରେ ଅଙ୍କିତ ଏହି ଫଟୋ ଚିତ୍ରକୁ ଓଡ଼ିଶା ରାଜ୍ୟ ମ୍ୟୁଜିୟମରୁ ସଂଗ୍ରହ କରାଯାଇ ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି । କିନ୍ତୁ ଏହା ସାଂପ୍ରତିକ ସ୍ଥିତି ନୁହେଁ । ଏହା ସେତେବେଳର ଜଣେ ଚିତ୍ର ଶିଳ୍ପୀର ଚିତ୍ରକଳା ଏହାକୁ ଜଗନ୍ନାଥ ପ୍ରେମୀ ଭୁଲ ବୁଝିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା କରୁଛି । ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା ସହ କ୍ୟାଲେଣ୍ଡର ଗୁଡିକର ବିକ୍ରି ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।