ବିବାଦରେ ପୁଣି ବରପଦା ଇଞ୍ଜିନିୟରିଂ କଲେଜ, ଅଧ୍ୟକ୍ଷଙ୍କୁ ନିସ୍ତୁକ ପିଟିଲେ ନିଲମ୍ବିତ କର୍ମଚାରୀ

Published By : Prameya-News7 Bureau | July 28, 2025 IST

ଭଦ୍ରକ ୨୮।୦୭ : ବରପଦା ଇଞ୍ଜିନିୟରିଂ କଲେଜରେ ପୁଣି ବିବାଦ । ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଛନ୍ତି ନିଲମ୍ବିତ କର୍ମଚାରୀ । ଯାହାଫଳରେ ଅଧ୍ୟକ୍ଷ ଗୁରୁତର ଭାବେ ମେଡିକ

ଖବର ଅନୁଯାୟୀ, ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ଗଙ୍ଗାଧର ଧଳ ନିଜ ଚାମ୍ବରରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ହଠାତ୍‌ କିଛି କର୍ମଚାରୀ ଅଧ୍ୟକ୍ଷଙ୍କ ଚାମ୍ବରକୁ ଆସି ନିଲମ୍ବନର କାରଣ ପଚାରିଥିଲେ । ଯାହାର ଉତ୍ତର ଦେଇ ଅଧ୍ୟକ୍ଷ କହିଥିଲେ ଯେ, କଲେଜ ମ୍ୟାନେଜମେଣ୍ଟ ତୁମକୁ ନିଲମ୍ବନ କରିଛି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ପ୍ରାୟ ୭ରୁ ଅଧିକ ନିଲମ୍ବିତ କର୍ମଚାରୀମାନେ ଅଧ୍ୟକ୍ଷଙ୍କୁ ଟାଣି ଆଣି ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏମିତିକି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କଲେଜ ଅଧ୍ୟକ୍ଷ । 

ସେପଟେ କଲେଜ ଅଧ୍ୟକ୍ଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାସହିତ ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଧ୍ୟକ୍ଷଙ୍କୁ ପଚରାଉଚରା କରୁଛି । ଘଟଣାକୁ ନେଇ ବର୍ତ୍ତମାନ ଯାଏଁ ଅପରପକ୍ଷର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.