ଭାରତର ବିଜୟକୁ ସେଲିବ୍ରେଟ୍ କଲା ବଲୁଚିସ୍ତାନ, ଧୁମ୍ ନାଚିଲେ ପିଲାଠୁ ବଢ଼ୁା; ଭିଡିଓ ଭାଇରାଲ୍‌

NEWS7
group-clash-4-injured-in-bomb-attack-in-sanakhemundi

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି । ଭାରତର ବିଶାଳ ବିଜୟକୁ ନେଇ ସବୁଠି ଉତ୍ସାହ । ଭାରତର ବିଜୟ ପରେ, ବଲୁଚିସ୍ତାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ଭାରତର ବିଜୟ ପରେ କିଛି ଯୁବକଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି । ଭାରତର ବିଜୟକୁ ନେଇ ଉତ୍ସବ ପାଳିଛି ପାକିସ୍ତାନର ବଲୁଚିସ୍ତାନ ।

ବଲୁଚିସ୍ତାନରୁ ଉତ୍ସବ ପାଳନର ଅନେକ ରିପୋର୍ଟ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଭାରତର ବିଜୟରେ ଉଲ୍ଲସିତ ବଲୁଚ ଯୁବକମାନେ ରାସ୍ତାକୁ ବାହାରି ପାରମ୍ପରିକ ଶୈଳୀରେ ନାଚୁଥିବାର ଦେଖିବାକୁ ମିଳିଛି । ବଲୁଚିସ୍ତାନ ଲୋକମାନେ ଦୀର୍ଘ ସମୟ ଧରି ପାକିସ୍ତାନଠାରୁ ସ୍ୱାଧୀନତା ଦାବି କରିଆସୁଛନ୍ତି। ବଲୁଚିସ୍ତାନରେ ପ୍ରାୟତଃ BLA ଏବଂ ପାକିସ୍ତାନୀ ସେନା ମଧ୍ୟରେ ସଂଘର୍ଷର ରିପୋର୍ଟ ଆସେ ।ଏହି ଭିଡିଓଟି ବଲୁଚିସ୍ତାନ ସହିତ ଜଡିତ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି ।

ଭିଡିଓଟିରେ ଯୁବକମାନେ ଟିମ୍ ଇଣ୍ଡିଆର ବିଜୟକୁ ପାଳନ କରୁଥିବାର ଦେଖାଯାଇଛି। ଏହି ଭିଡିଓର ସତ୍ୟତା କେତେ ସେନେଇ ନିର୍ଦ୍ଦିଷ୍ଟ ସୂଚନା ନାହିଁ । ତଥାପି ବଲୁଚିସ୍ତାନର ଏହି ସେଲିବ୍ରେସନ୍ ପାକିସ୍ତାନରେ ଏକ ନୂଆ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କଲମ୍ବୋରେ ପାକିସ୍ତାନ ଟିମ୍କୁ ଅତି ଶୋଚନୀୟ ଭାବରେ ପରାସ୍ତ କରି ଟିମ୍ ଇଣ୍ଡିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଭାରତ ସମେତ ବିଦେଶରେ ମଧ୍ୟ ଏହି ମ୍ୟାଚକୁ ନେଇ ଚର୍ଚ୍ଚା । ପାକିସ୍ତାନରେ ମଧ୍ୟ ଭାରତୀୟ କ୍ରିକେଟ ଟିମକୁ ଖୁବ ପ୍ରଶଂସା କରାଯାଇଛି । ସେପଟେ ଭାରତ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିବା ଟିମ୍ ପାକିସ୍ତାକୁ ଲୋକେ ସମାଲୋଚନା କରୁଛନ୍ତି । ଭାରତର ଏକପାଖିଆ ବିଜୟ ପାକିସ୍ତାନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍ ଟିମ୍ ।