LIVE TV

ଆଜି ଅଯୋଧ୍ୟା ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ, ଶିଖରରେ ଉଡ଼ିବ ଗେରୁଆ ପତାକା

NEWS7
great-predictions-of-famous-people-about-india

ନୂଆଦିଲ୍ଲୀ ୨୫/୧୧: ଆଜି ଅଯୋଧ୍ୟା ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ । ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିବ ଗେରୁଆ ପତାକା । ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟ, କୋବିଦାରା ଗଛ ଏବଂ ‘ଓମ୍’ ଲେଖାଯାଇଛି । ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ପ୍ରାୟ ୧୦ଟାରେ ଅଯୋଧ୍ୟାରେ ପହଞ୍ଚିବେ ମୋଦି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପ୍ତମନ୍ଦିର ପରିଦର୍ଶନ କରିବେ । ପରେ ଶେଷାବତାର ଓ ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ ।

ଏହା ପରେ ପୂଜାପାଠ ଓ ରାମ ଲଲ୍ଲା ଗର୍ଭଗୃହ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ ଅର୍ଥାତି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୧୧.୫୨ ରୁ ୧୨.୩୫ ଶୁଭ ମୂହୂର୍ତ୍ତରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଧ୍ୱଜାରୋହଣ କରାଯିବ ।ଯାହାର ସାକ୍ଷୀ ସାଜିବେ ଏହାର ୮ ହଜାରରୁ ଅଧିକ ଅତିଥି । ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାମ ମନ୍ଦିରରେ କାର୍ଯ୍ୟକ୍ରମ ହେବା ସମୟରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ମିଶାଇ ମୋଟ ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।

​​​ଧ୍ୱଜାରୋହଣ ଉତ୍ସବ ଲାଗି ଅଯୋଧ୍ୟା ଧାମକୁ ୧୦୦ ଟନ୍ ଫୁଲରେ ସଜାଯାଇଛି । ଏହା କେବଳ ଏକ ଧାର୍ମିକ ଉତ୍ସବ ହେବନାହିଁ । ବରଂ ସମସ୍ତଙ୍କୁ ସେହି ବାର୍ତ୍ତା ଦେବ, ଯାହା ପ୍ରଭୁ ଶ୍ରୀରାମ ନିଜ ଜୀବନରେ ବିତାଇଥିଲେ । ଭଗବାନ ଶ୍ରୀରାମ ନିଷାଦରାଜଙ୍କୁଆଲିଙ୍ଗନ କରିଥିଲେ । ଶବରୀଠାରୁ କୋଳି ଖାଇଥିଲେ ଏବଂ କେଉଟର ପାଦ ଧୋଇ ସମାଜକୁ ବତାଇଥିଲେ କି ପ୍ରତ୍ୟେକ ବ୍ୟକ୍ତି ସମାନ ।

ଏହି ସମାରୋହରେ ସେହି ଭାବନାକୁ ସମ୍ମାନ ଦିଆଯିବ । ଏହି କାର୍ଯ୍ୟକ୍ରମରେ ନେତା କିମ୍ବା ଅଧିକାରୀ ନୁହନ୍ତି, ବରଂ ସେହି ଲୋକମାନେ ସାମିଲ ହେବେ ଯେଉଁମାନଙ୍କ ନାମ ଲୋକେ ପିଲାଦିନେ ଶୁଣିବାକୁ ପାଇଥିଲେ ।ନିଷାଦରାଜଙ୍କ ସମୁଦାୟ ସହ ଜଡ଼ିତ ଲୋକ, ମାତା ଶବରୀଙ୍କ ସମୁଦାୟର ଲୋକମାନେ ଏଥିରେ ଯୋଗଦେବେ । ସେମାନଙ୍କୁ ସମାରୋହକୁ ସମ୍ମାନର ସହ ନିମନ୍ତ୍ରଣ କରାଯାଇଛି ।