ଅସନ୍ତୋଷ ଜାହିର କଲେ ଗ୍ରାମୀଣ ଡାକ ସେବକ, ଦାବି ପୂରଣ ପାଇଁ କଲେ ନିବେଦନ

Published By : Prameya-News7 Bureau | August 11, 2025 IST

ଭଦ୍ରକ ୧୧।୦୮ : ଅସନ୍ତୋଷ ଜାହିର କଲେ ଗ୍ରାମୀଣ ଡାକ ସେବକ । ୨ୟ ବାର୍ଷିକ ସମ୍ମିଳନୀରେ ଅସନ୍ତୋ, ଜାହିର କଲେ ଗ୍ରାମୀଣ ଡାକ ସେବକ । ଭଦ୍ରକ ଜିଲ୍ଲା ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ୨ୟ ବାର୍ଷିକ ସମ୍ମିଳନୀ ଭଦ୍ରକ ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଘର ରାଜ୍ୟ ସର୍କଲ ସଭାପତି, ସମ୍ପାଦକ, ଭଦ୍ରକ ଜିଲ୍ଲା ସମ୍ପାଦକଙ୍କ ସହ ଗ୍ରାମୀଣ ଡାକ ସେବକ ଉପସ୍ଥିତ ଥିଲେ । ଗ୍ରାମୀଣ ଡାକ ସେବକଙ୍କୁ ସ୍ଥାନୀୟ ନିଯୁକ୍ତ ସହ ଏବେ ୪ ରୁ ୫ ଘଣ୍ଟା କାର୍ଯ୍ୟ ସମୟ ରହିଛି । ଆଗକୁ ଏହାକୁ ୮ ଘଣ୍ଟା ବଢାଇବା ସହ ସ୍ଥାନୀୟ ନିଯୁକ୍ତି, ସେନ୍‌ସନ୍‌, ଗ୍ରାଚୁଇଟି, ବୀମା ଭଳି ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛି ସଂଘ । ଅନ୍ୟପଟେ ପୋଷ୍ଟାଲ ବିଭାଗ ଦ୍ୱାରା ନୂତନ ସଫ୍ଟଓ୍ୱାର ଅପଗ୍ରେଡ୍‌ ପାଇଁ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମାଞ୍ଚଳରେ ଥିବା ପୋଷ୍ଟାଲ କାର୍ଯ୍ୟାଳୟରେ ଟଙ୍କା କାରବାର ହୋଇପାରୁନି । ଯାହାପାଇଁ ଗ୍ରାମାଞ୍ଚଳର ଲୋକମାନେ ଡାକ ସେବକଙ୍କ ଉପରେ ବିଶ୍ୱାସ ହରାଉଛନ୍ତି । ତେଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ଗ୍ରାମୀଣ ଡାକ ସେବକଙ୍କ ଦାବି ପୂରଣ ପାଇଁ ନିବେଦନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.