ଭୁବନେଶ୍ବର ୨୨।୬: ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରବିରେ ଆମ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲୁ । ଆମର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ ନ ହେଉ । ଚାଷୀ ହଇରାଣ ନ ହୁଅନ୍ତୁ । ବର୍ଷା ହେବ । ଆମେ କ’ଣ କରିପାରିବୁ । ଏହା ପ୍ରକୃତିର ନିୟମ । ବର୍ଷା ହେଲେ ଧାନ ଉଠି ପାରିବ ନାହିଁ । ଧାନ ଓଦା ହୋଇଯିବ କେମିତି ଉଠାଇବୁ । ଧାନ ଓଦା ହୋଇଗଲେ ଆଦ୍ରତା ବଢ଼ିଯିବ । ଆଉ ସେ କିଛି ହୋଇପାରିବ ନାହିଁ । ଜୁନ୍ ୩୦ ସୁଦ୍ଧା ସବୁ ଧାନ ଉଠାଇଦେବୁ । ଧାନ କିଣା ଏବେ ଜୋରସୋରରେ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ବିଜେଡ଼ି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଅନେକ ମଣ୍ଡିରେ ଧାନ ଉଠାଇବା ବନ୍ଦ ହୋଇଗଲାଣି । ମଣ୍ଡିରେ ତାଲା ପକେଇଦେଲେଣି । ଚାଷୀଙ୍କୁ ମନା କରୁଛନ୍ତି ଆଉ ମଣ୍ଡିକୁ ଧାନ ଆଣ ନାହିଁ । ଜୁଲାଇ ୧୫ ଯାଏ ଧାନ କିଣା ଅବଧି ବଢାନ୍ତୁ ସରକାର । ଚାଷୀଙ୍କର ସବୁ ଧାନ ଉଠାନ୍ତୁ । ଚାଷୀ ଟୋକନ ଧରି ବସିଛନ୍ତି । ଧାନ ବିକିପାରୁ ନାହାନ୍ତି । ଚାଷୀଙ୍କର ଯଦି ଧାନ ନ ଉଠାଇବେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁ ନାହିଁ ବୋଲି ବିଧାୟକ କହିଛନ୍ତି । ଜୋରଦାର ଆନ୍ଦୋଳନ କରିବୁ । ବର୍ଷାରେ ଯଦି ଧାନ ଉଠାଇନପାରିବେ ତାହେଲେ ଗାଡି ଛାଡ଼ନ୍ତୁ ସରକାର ।
You Can Read:
ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦେଲେ ସେବାୟତ, ଶ୍ରୀଜିଉଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ