Live Live
LIVE

ରବିବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ପୁରୀରୁ ହେବ ଶୁଭାରମ୍ଭ

NEWS7
govt-data-reveals-3-pm-to-9-pm-is-the-most-dangerous-time-on-indian-roads

ଭୁବନେଶ୍ୱର ୦୭।୦୩ : ରବିବାର (ମାର୍ଚ୍ଚ ୮)ରେ ମିଳିବ ସୁଭଦ୍ରା ଟଙ୍କା | ଏକ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ଏକ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏ ଖବର ବି ପଢନ୍ତୁ:- ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ, ଭରପୁର ମାତ୍ରାରେ ମହଜୁଦ୍‌ ଅଛି-ଯୋଗାଣ ମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାକାଲି ୫ ହଜାର କୋଟିରୁ ଅଧିକ ଟଙ୍କା ସିଧା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ | ପୁରୀର ତାଳବଣିଆ ଠାରେ ଆୟୋଜନ ହେବ ବିଶାଳ କାର୍ଯ୍ୟକ୍ରମ | ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା | ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା | ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ସୁଭଦ୍ରା ଟଙ୍କା ପାଇବେ | ଏପ୍ରିଲ ମାସରେ ଯାହାକୁ ୨୧ ବର୍ଷ ହୋଇଥିବ । ସେମାନେ ଆବେଦନ କରିପାରିବେ | ଯେଉଁମାନେ ୨୧ ବର୍ଷ ସେମାନଙ୍କ ପାଇଁ ଏହା ଦ୍ୱତୀୟ କିସ୍ତି ।

ଏ ଖବର ବି ପଢନ୍ତୁ:-ବଲିଉଡ୍‌ରେ ଆଉ ଚାଲିବନି କ୍ୟାଟ୍ରିନା-କିଆରାଙ୍କ ଜଲୱା, ମାଆ ହେବା ପରେ କରିପାରିବେନି କମବ୍ୟାକ୍