ନେହରୁଙ୍କ ବେଳେ ୩ ଓ କଂଗ୍ରେସ ଶାସନରେ ୧୧ ଥର ହୋଇଛି SIR; ଆମେ ଇତିହାସ କହିଲେ, ସେମାନେ ରାଗି ଯାଉଛନ୍ତି: ଶାହ

NEWS7
government-on-thursday-directed-online-streaming-platforms-to-immediately-cease-all-pakistan-origin-content

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ ବିତର୍କରେ ଭାଗ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହ କହିଛନ୍ତି ଯେ ନେହରୁ ଶାସନରେ ୩ ଓ କଂଗ୍ରେସ ସମୟରେ ୧୧ ଥର ଏସଆଇଆର୍ ହୋଇଛି । ଆଜିକାଲି ଗୋଟିଏ ଫ୍ୟାଶନ ହୋଇଯାଇଛି, ଯେତେବେଳେ ଆମେ ଇତିହାସ କଥା କହୁଛୁ, ସେତେବେଳେ ସେମାନେ ରାଗି ଯାଉଛନ୍ତି । ସର୍ବପ୍ରଥମେ ଏସ୍‌ଆଇଆର୍ ୧୯୫୨ରେ ହୋଇଥିଲା । ସେତେବେଳେ ଜବାବହାରଲାଲ୍ ନେହରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ପୁଣି ୧୯୫୭ ଓ ୧୯୬୧ରେ ଏସ୍‌ଆଇଆର୍ ହୋଇଥିଲା । ଏପରି ଭାବେ କଂଗ୍ରେସ ଶାସନ ସମୟରେ ୧୧ ଥର ଏସ୍‌ଆଇଆର୍ ପ୍ରକ୍ରିୟା ଶେଷ ହୋଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଭାରତୀୟ ସମ୍ବିଧାନର ଧାରା ୨ ଅନୁଯାୟୀ ନିର୍ବାଚନ କମିଶନ ଗଠନ କରାଯାଇଛି । ଏକ ପ୍ରକାରେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ଯେତେବେଳେ ଏହାର ବ୍ୟବସ୍ଥା କରାଯାଇଥିଲା, ସେତେବେଳେ ଆମ ଦଳ ଗଠନ ହୋଇନଥିଲା । ନିର୍ବାଚନ କମିଶନକୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏହାକୁ ଭୋଟର ତାଲିକା ସଂଶୋଧନ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି ।"

ସେ କହିଛନ୍ତି ଯେ ଧାରା ୩୨୫ ଯେକୌଣସି ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ବିରୋଧ କରୁଛି । ସେହିପରି ଧାରା ୩୨୬ରେ SIR ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଭୋଟର ହେବା ପାଇଁ ଆବଶ୍ୟକତା ସ୍ଥିର କରାଯାଇଛି । ପ୍ରଥମ ସର୍ତ୍ତ ହେଉଛି, ଜଣେ ଭୋଟର ଭାରତର ନାଗରିକ ହେବା ଆବଶ୍ୟକ ।

ଅମିତ ଶାହ କହିଛନ୍ତି, "ସମ୍ବିଧାନର ଧାରା ୩୨୬ରେ ଭୋଟର ହେବା ପାଇଁ ଯୋଗ୍ୟତା ଏବଂ ସର୍ତ୍ତାବଳୀ ଉଲ୍ଲେଖ ରହିଛି । ପ୍ରଥମ ସର୍ତ୍ତ ହେଉଛି ଭୋଟର ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ, ବିଦେଶୀ ନୁହେଁ । ବିରୋଧୀ ପଚାରୁଛନ୍ତି, 'ନିର୍ବାଚନ କମିଶନ SIR କାହିଁକି କରୁଛନ୍ତି ?' ଏହା ନିର୍ବାଚନ କମିଶନର ଦାୟିତ୍ୱ, ତେଣୁ ଏହା କରୁଛନ୍ତି ।"

ସେ କହିଛନ୍ତି, "ନିର୍ବାଚନ କମିଶନ ଏକ ସ୍ୱାଧୀନ ସଂସ୍ଥା । ବିରୋଧୀ ଦଳ SIR ଉପରେ ଲଗାତାର ମିଛ ପ୍ରଚାର କରୁଛନ୍ତି । ଯେତେବେଳେ ନିୟମ ତିଆରି ହୋଇଥିଲା, ସେତେବେଳେ କୌଣସି ବିଜେପି ସରକାର ନଥିଲା । ଯେଉଁମାନେ ବିଦେଶୀ ସେମାନଙ୍କୁ ବାଛି ବାଛି ହଟାଇବା ଉଚିତ; ଏହା ହିଁ SIR ।" ସମ୍ବିଧାନର ଧାରା ୩୨୪ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ କମିଶନ ଗଠନ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏବଂ ଲୋକସଭା, ରାଜ୍ୟସଭା, ବିଧାନସଭା, ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଛି । ଯଦି ଏକାଧିକ ନିର୍ବାଚନ କମିଶନର ଥାଆନ୍ତି, ତେବେ ଏହି ନିୟନ୍ତ୍ରଣ ନିର୍ବାଚନ କମିଶନରଙ୍କୁ ଦିଆଯାଏ ।