ବାଲିଯାତ୍ରା ୨୦୨୫
LIVE TV

ଅଘଟଣ, ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କଲା ସାନ ଭାଇ

NEWS7
government-officials-amber-light-obsession-unwillingness-to-obey-rules-in-balasore-district

ମୋହନା ୧୧।୧୧ : ଭାଇ ହେଲା ଭଗାରୀ । ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କଲା ସାନ ଭାଇ । ମୃତକ ହେଲେ ଅଜ୍ୟମ୍‌ ଦଳବେହେରା । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରେବିଡ଼ି ଗାଁରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କରିଥିଲେ । ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଏହାସହ ସାନ ଭାଇକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।