Live Live
LIVE

ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ଦାୟିତ୍ୱହୀନତା, ମମତା ସରକାରଙ୍କୁ ମଗାଗଲା ଜବାବ

NEWS7
government-officials-amber-light-obsession-unwillingness-to-obey-rules-in-balasore-district

ନୂଆଦିଲ୍ଲୀ ୮।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ କାଳରେ ପ୍ରୋଟକଲ ଉଲ୍ଲଂଘନ ମାମଲାରେ କେନ୍ଦ୍ର ଆଭିମୁଖ୍ୟ କଡ଼ା କରିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ କରିଛି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମହୋନ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ଜବାବ ତଲବ କରିଛନ୍ତି। ଏଥିରେ ରାଷ୍ଟ୍ରପତିଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ବାଥ ରୁମରେ ପାଣି ରଖା ନଯିବା, ଏୟାରପୋର୍ଟରୁ ଯିବା ରାସ୍ତାରେ ଆବର୍ଜନା ଗଦା ଆଦି ନେଇ ପ୍ରଶ୍ନ କରାଯାଇଛି। ଗୋବିନ୍ଦ ମୋହନଙ୍କ ଅନୁସାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟକଲ ଲାଗି ପ୍ରସ୍ତୁତ ‘ବ୍ଲୁ ବୁକ୍’ ନିୟମକୁ ଅନେକ ସ୍ତରରେ ଭଙ୍ଗ କରାଯାଇଛି।

ଗୋବିନ୍ଦ ମୋହନ ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ସିଲିଗୁଡି ମେୟର ଗୌତମ ଦେବଙ୍କ ଏୟାରପୋର୍ଟରେ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରୋଟକଲ ଅନୁସାରେ ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ ଓ ଡିଜିପି କାହିଁକି ଉପସ୍ଥିତ ନଥିଲେ ଜଣାଇବାକୁ କେନ୍ଦ୍ର ଗୃହ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବକୁ କହିଛନ୍ତି। କେନ୍ଦ୍ର ଗୃହ ସଚିବଙ୍କ ଅନୁସାରେ ରାଷ୍ଟ୍ରପତିଙ୍କ ଯାତ୍ରାର ବନ୍ଦୋବସ୍ତର ପୁରା ଦାୟିତ୍ୱ ଦାର୍ଜିଲିଂ ଜିଲ୍ଲା ମାଜିଷ୍ଟ୍ରେଟ୍, ସିଲିଗୁଡି ପୋଲିସ କମିଶନର ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କଉପରେ ନ୍ୟସ୍ତ ଥିଲା। ଏହାକୁ ମଧ୍ୟ ସଫଳତାର ସହ କରାଯାଇ ନଥିବା ଗୃହ ସଚିବ କହିଛନ୍ତି।

କେନ୍ଦ୍ର ଗୃହ ସଚିବ ଏହି ଅଧିକାରୀଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜଣାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତିଙ୍କୁ ସିଲିଗୁଡି ବିଧାନନଗରରେ ଆୟୋଜିତ ଆଦିବାସୀ ସମାଜର ଏକ କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ ସୁରକ୍ଷା, ସ୍ଥାନାଭାବ ଭଳି କାରଣ ଦର୍ଶାଇ ଏଥି ପାଇଁ ଅନୁମତି ଦେଇ ନଥିଲା। ଏହା ବଦଳେ ବାଗଡୋଗ୍ରା ବିମାନ ବନ୍ଦର ନିକଟସ୍ଥ ଗୋସାଇପୁରକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଇଥିଲା।