୧୯୫୦ ପରେ ପ୍ରଥମ ଥର ପାଳନ ହେବ ଗଣତନ୍ତ୍ର ଦିବସ ! ୪୧ ଗାଁରେ ଉଡିବ ତ୍ରିରଙ୍ଗା...

NEWS7
government-officer-looted-lakh-rupees-of-poor-man-in-sundergarh

ରାୟପୁର,|୧: ଭାରତ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ, ସବୁ ଜାଗା ଆଜିର ଦିନ ପାଇଁ ଉତ୍ସବମୁଖର । ,ତେବେ ଛତିଶଗଡର ବସ୍ତରରେ ଥିବା୪୧ଟି ଗାଁରେ ଆଜି ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡିବ । ମାଓ ପ୍ରଭାବିତ ଏହି ସବୁ ଅଞ୍ଚଳରେ ଏଥର ଧୁମଧାମରେ ପାଳନ କରାଯିବ ଗଣତନ୍ତ୍ର ଦିବସ । ଯାହା ରେଡ୍ ଟେରର୍ ର ଅନ୍ତ ଏବଂ ଶାନ୍ତି ଓ ବିକାଶର ଆରମ୍ଭକୁ ଦର୍ଶାଉଛି ।

ଏହି୪୧ଟି ଗାଁ ମଧ୍ୟରୁ୧୩ଟି ବିଜାପୁରରେ ରହିଛି । ସେହିପରି୧୮ଟି ନାରାୟଣପୁରରେ ରହିଥିବା ବେଳେ୧୦ଟି ସୁକମା ଜିଲ୍ଲାରେ ରହିଛି । ବସ୍ତର ରେଞ୍ଜର ଆଇଜି ଏନେଇ ସୂଚନା ଦେଇଛନ୍ତି ।

ଆଇଜି ସୁନ୍ଦରରାଜ କହିଛନ୍ତି ଯେ, ପ୍ରଥମ ଥର ପାଇଁ ବସ୍ତର ଅଞ୍ଚଳରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ଦଶନ୍ଧୀ ଦଶନ୍ଧୀ ଧରି ଗାଁଗୁଡିକ ଜାତୀୟ ପର୍ବରୁ ଦୂରରେ ରହୁଥିଲା । ଏବେ କିନ୍ତୁ ଏହା ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଭାବନା ସହ ଯୋଡି ହୋଇଯାଇଛି ।

ସେ ଆହୁରି କହିଛନ୍ତି ଯେ, କିଛି ମାସ ହେଲା ୪୧ଟି ଗାଁ ନିକଟରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ୍ ସ୍ଥାପନ କରାଯାଇଛି । ଫଳରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଭରସାକୁ ନେଇଛନ୍ତି । ଲୋକତନ୍ତ୍ର ମଜବୁତ ହୋଇଛି । ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭବନା ସୃଷ୍ଟି ହୋଇଛି । ଗତବର୍ଷ ଅଗଷ୍ଟ ୧୫ରେ ୧୩ଟି ଗାଁରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏବେ ଏହାକୁମିଶାଇ ମୋଟ୍ ୫୪ଟି ଗାଁ ଏପରି ହେବ ଯେଉଁଠି ଗଣତନ୍ତ୍ର ଦିବସ ପାଳନ କରାଯିବ ।

ଆଇଜିଙ୍କ କହିବାନୁସାରେ, ଅଭୁଜମାଡ ଏବଂ ଜାତୀୟ ଉଦ୍ୟାନ ଅଞ୍ଚଳରେ ବସବରାଜୁ, ରେ ରାମଚନ୍ଦ୍ର ରେଡ୍ଡି, ସୁଧାକର, କଟ୍ଟା ସତ୍ୟନାରାୟଣ ରେଡ୍ଡିଙ୍କ ଭଳି ଟପ୍ ମାଓନେତାଙ୍କ ପ୍ରଭାବ ରହିଥିଲା । ଯାହା ଏବେ ଆଉ ନାହିଁ । ମାଓବାଦ ଏଠାରେ ଦୁର୍ବଳ ହୋଇଥିବା ବେଳେ ଭୟ ବଦଳରେ ଶାନ୍ତି ଏବଂ ବିକାଶ ଫେରିଛି ।