ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ଦର ବୃଦ୍ଧି ସତ୍ତ୍ୱେ ଭାରତରେ ଏଲପିଜି ଗ୍ୟାସର ଦର ସ୍ଥିର ରଖିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଜନେସ୍ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, କେନ୍ଦ୍ର କ୍ୟାବିନେଟ୍ ଏଲପିଜି ମୂଲ୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପାଇଁ ପ୍ରାୟ ୩୦,୦୦୦ କୋଟି ଟଙ୍କାର ସବସିଡି ପ୍ୟାକେଜକୁ ଅନୁମୋଦନ କରିବାର ଆଶା କରାଯାଉଛି। ଆଜି ଅପରାହ୍ନ ୧ଟାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଠାରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି ବିଜନେଶ ଟୁଡେରେ ରିପୋର୍ଟ ପ୍ରକାଶ ପାଇଛି।
ଉଚ୍ଚ ଆନ୍ତର୍ଜାତୀୟ ମୂଲ୍ୟ ଯୋଗୁ ଘରୋଇ ଏଲପିଜି ବିକ୍ରୟରେ ତୈଳ ବିପଣନ କମ୍ପାନୀଗୁଡ଼ିକୁ ସହୁଥିବା କ୍ଷତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଏହି ସବ୍ସିଡି ଦେବେ। ଫଳରେ ଏଥିରେ କମ୍ପାନୀଗୁଡ଼ିକ କ୍ଷତିଭରଣାରେ ସପୋର୍ଟ ମିଳିବ। ଯାହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ସତ୍ତ୍ୱେ କମ୍ପାନୀଗୁଡ଼ିକ ଭାରତୀୟ ଗ୍ରାହକଙ୍କ ପାଇଁ ସିଲିଣ୍ଡର ମୂଲ୍ୟ ନ ବଢ଼ାଇ ସ୍ଥିର ରଖିବେ।
ଯଦିଓ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ପ୍ରକାଶିତ ପାଇ ନାହିଁ, ତେବେ ସବସିଡି ପାଇଁ କ୍ୟାବିନେଟର ଅନୁମୋଦନ ପ୍ରାୟ ନିଶ୍ଚିତ ବୋଲି ସୂତ୍ରରୁ ସୂଚନା ମିଳିଛି। ସବସିଡି ମଞ୍ଜୁର ହେବା ପରେ, ଏହି ପ୍ୟାକେଜ ସାମ୍ପ୍ରତିକ ବର୍ଷଗୁଡ଼ିକରେ ତୈଳ କମ୍ପାନୀଗୁଡ଼ିକ ପାଇଁ ଏକ ପ୍ରମୁଖ ପ୍ରତ୍ୟକ୍ଷ ସହାୟତା ହୋଇପାରେ। ଆଜି ଦିନ ୧ଟା ବେଳେ କେନ୍ଦ୍ର ସରକାରଙ୍କର ବୈଠକ ବସିବା ପରେ ଏ ବିଷୟରେ ସ୍ଥିତି ସ୍ଫଷ୍ଟ ହେବ ବୋଲି ବିଜନେଶ ଟୁଡେ ପ୍ରକାଶ କରିଛି।