ଯାଞ୍ଚ ହେବ ଚାଷୀଙ୍କ e-KYC, ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

Published By : Prameya-News7 Bureau | July 22, 2025 IST

ଭୁବନେଶ୍ବର ୨୨।୭: ନକଲି ଚାଷୀ ଖୋଜିବେ ସରକାର । ଚାଷୀଙ୍କ ଇ-କେୱାଇସି ଯାଞ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଚଳିତ ଥର ଖରିଫ ଧାନ ବିକିବାକୁ ପଞ୍ଜିକରଣ ବେଳେ ଚାଷୀ କରିବେ ଇ-କେୱାଇସି । ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍କାନ କରିବାକୁ ହେବ । ପ୍ରତ୍ୟେକ ସୋସାଇଟିରେ ଇ-କେୱାଇସି କରିବେ ଚାଷୀ । ଧାନ ବିକୁଥିବା ଚାଷୀଙ୍କ ଭିତରେ ଅନେକ ନକଲି ଚାଷୀ ଅଛନ୍ତି । ଇ-କେୱାଇସି ହେଲେ ସେମାନେ ଧରା ପଡିବେ । ପ୍ରକୃତ ଚାଷୀଙ୍କୁ ସୋସାଇଟି ଯାଇ ପଞ୍ଜିକରଣ ବେଳେ ଇ-କେୱାଇସି କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।  

ବିଭିନ୍ନ ସ୍ଥାନରେ ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର । ବାପା କି ଜେଜେ ବାପାଙ୍କ ନାମରେ ଜମି ଥିଲେ ବି ପୁଅ ମାନେ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରି ପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇ ମାନଙ୍କର ଲିଖିତ ସ୍ୱୀକୃତି ନାମା ପଞ୍ଜିକରଣ ସମୟରେ ଦାଖଲ କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।  

You Can Read:

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ! ଘୂର୍ଣ୍ଣିବଳୟର ରୂପ ନେବ ବାତ୍ୟା ୱିଫାର ଅବଶିଷ୍ଟାଂଶ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.