ଲାଲ୍‌ ସଂଗଠନକୁ ଜୋରଦାର ଝଟ୍‌କା, ଟପ୍‌ କମାଣ୍ଡର ଉଧମ ସିଂହ ନିହତ

NEWS7
government-bungalow-re-allotted-to-rahul-gandhi

ମାଲକାନଗିରି ୦୫।୦୨ : ସୁରକ୍ଷାକର୍ମୀଙ୍କ ଗୁଳି ମାଓ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଜଣେ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡିଛି । ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ପେଡ୍ଡାଗାଲୁର ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ, ଡିଆରଜି ଓ ସିଆରପିଏଫ୍ ବାହିନୀର କୋବ୍ରା ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲକୁ କିଛି ବାଟ ଯିବା ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାବାହିନୀ । ଶେଷରେ ପୋଲିସ ଗୁଳିରେ ଟପ୍ ନକ୍ସଲ କମାଣ୍ଡର ଉଧମ ସିଂହ ନିହତ ହୋଇଥିବା ଜଣାପଡିଛି ।

ସେପଟେ କିଛି ସମୟ ଧରି ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମାଓ ସଂଗଠନ । ଏହାପରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ହେଲେ ପୋଲିସର ଏହି ସର୍ଚ୍ଚ ଅପରେସନରେ କିଛି ମାଓ ସାମଗ୍ରୀ ସହ ଗୋଟିଏ ଏକ-୪୭ ବନ୍ଧୁକ ମିଳିଛି । ଏବେବି ପୁରା ଅଞ୍ଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ ।