ପାଟନା – ପାଟନାର ବଡ଼ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ଥିବା ଶୁଟରକୁ ପାଟନା ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରି ନେଇଛି। ସୂତ୍ରାନୁସାରେ , ସୁଟର ଉମେଶ କୁମାରକୁ ପାଟନା ସିଟି ଅଞ୍ଚଳରୁ ଗିରଫ କରାଯାଇଛି। ତା ସହ ଆଉ ଚାରି ସଦିଗ୍ଧ ମଧ୍ୟ ଧରାପଡିଛନ୍ତି , ଯାହାଙ୍କୁ ପଚରାପଚରି କରାଯାଉଛି। ରେଞ୍ଜ ଆଇଜି ଜିତେନ୍ଦ୍ର ରାଣାଙ୍କ ନେତୃତ୍ୱରେ ଗତ ଦୁଇ ଦିନରୁ ପୁଲିସ ଟିମ୍ ସିଟି ଅଞ୍ଚଳରେ ଜୋରାଦାର ଚଢାଉ କରୁଥିଲା।
ଏହି ମଧ୍ୟରେ ପୁଲିସକୁ ସୁଟରର ଖବର ମିଳିଥିଲା , ଯାହା ପରେ ସେଠାରେ ଚଢାଉ କରାଯାଇ ଥିଲା। ସିସିଟିଭି କ୍ୟାମେରାରୁ ସୁଟର ଚେହେରାକୁ ମେଳ କରାଯିବାରୁ ତାହା ସଠିକ୍ ବାହାରିଲା। କ୍ୟାମେରାରେ ନଜର ଆସୁଥିବା ସୁଟର ଉମେଶ ହିଁ ଥିଲା। ପୁଲିସ ଟିମ୍ ତାର ସୂଚନା ଅନୁଯାୟୀ ଚଢାଉ ଜାରି ରଖିଛି। ସେହି ଅସ୍ତ୍ରଶସ୍ତ୍ରକୁ ଜବତ କରିବାକୁ ଚେଷ୍ଟା ଜାରି ରହିଛି, ଯେଉଁଥିରେ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା।
ଆପଣଙ୍କୁ କହି ରଖୁଛୁ କି , ଗୋପାଳ ଖେମକାଙ୍କ ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଗାନ୍ଧୀ ମୈଦାନ ନିକଟରେ ତାଙ୍କର ଆପାର୍ଟମେଣ୍ଟର ଗେଟ୍ରେ ଜଣେ ଅପରାଧୀ ଗୁଳି କରି ଥିଲା। ସୁଟର ପୂର୍ବରୁ ଗେଟ୍ର ନିକଟରେ ଅପେକ୍ଷା କରି ବସିଥିଲା। ଯାହାର ସିସିଟିଭି ଫୁଟେଜ୍ ମଧ୍ୟ ସାମନାକୁ ଆସିଥିଲା। ପାଟନା ରେଞ୍ଜ ଆଇଜି ଜିତେନ୍ଦ୍ର ରାଣା ଶନିବାର ଦ୍ୱିପ୍ରହରରେ ବେଉରରେ ଚଢାଉ ବେଳେ ତିନୋଟି ମୋବାଇଲ ଫୋନ ବ୍ୟତୀତ ଏକ କାଗଜ ଜବତ କରି ଥିଲା। ଏହି କାଗଜରେ ଅନେକ ନମ୍ୱର ଲେଖା ହୋଇ ଥିଲା। ଏହି ହତ୍ୟାକାଣ୍ଡର ସୂତ୍ର ବେଉର ଜିଲ୍ଲା ସହ ମଧ୍ୟ ଲିଙ୍କ ଥିବା ଦେଖି ଥିଲେ।
ଏହି ମାମଲାରେ ପାଟନା ଓ ଆଖାପାଖ ଜିଲ୍ଲାରେ ୧୪ଟି ସ୍ଥାନରେ ପୁଲିସ ଚଢାଉ କରିଥିଲା। ସେଠାରୁ ୮ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆ ଯାଇଛି, ଆଉ ୧୫ଜଣଙ୍କୁ ପଚରାପଚରି କରାଯାଉଛି। ପୁଲିସ ସୁଟରକୁ ତ ଧରିଲା ,ହେଲେ ପ୍ରଶ୍ନ ଯେ ଏହାର ମାଷ୍ଟରମାଇଣ୍ଡ କିଏ । ହତ୍ୟା ପଛରେ ଜମି ବିବାଦ ବା ବ୍ୟବସାୟିକ ଶତ୍ରୁତା କାରଣ ବୋଲି କୁହାଯାଉଛି।