ନୂଆଦିଲ୍ଲୀ : ଗୁଗଲ ଡିପ୍ମାଇଣ୍ଡର ସିଇଓ ଡେମିସ ହସବିସ୍ ନିକଟରେ google I / O ଡେଭଲପର ସମ୍ମିଳନୀରେ ଏଆଇ ବିଷୟରେ ବିସ୍ତୁତରେ କହିଛନ୍ତି। ରିସର୍ଚ୍ଚ ଲ୍ୟାବ୍, ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ (ଏଜିଆଇ) ହାସଲ କରିବାରେ ୧୦ ବର୍ଷରୁ କମ୍ ସମୟ ଅଛି, ଯାହା ଚଳିତ ଜେନେରେଟିଭ୍ ଏଆଇ ଆର୍ମ୍ସ ରେସ୍ର ଅନ୍ତିମ ଲକ୍ଷ। ଲାଇଭ୍ ଭାଷଣରେ, ହସବିସ୍ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଆଗାମୀ ୫-୧୦ ବର୍ଷ ଭିତରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟସ୍ଥଳ ବ୍ୟବଧାନ ସହ ନୂତନ, ମୂଲ୍ୟବାନ ଓ ଆକର୍ଷଣୀୟ ଚାକିରି ସୃଷ୍ଟି କରିବାର ପୂର୍ବାନୁମାନ କରିଛନ୍ତି।
ଜେମିନି ଚ୍ୟାଟବଟ୍ ସହ ଗୁଗଲର ଏଆଇ ପଦକ୍ଷେପର ନେତୃତ୍ୱ ନେଇଥିବା ଡେମିସ ହସିବସ୍ ଯୁବପିଢି , ବିଶେଷ ଭାବେ କଲେଡର ଛାତ୍ରଛାତ୍ରୀଙ୍କୁ ଏଆଇ ଟେକନିକ୍ରେ ନିଜକୁ ନିମଗ୍ନ ହେବା ସହ ଅତ୍ୟାଧୁନିକ ଉପକରଣର ବ୍ୟବହାର ଦିଗରେ ଦକ୍ଷ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି , ଏହି ଏଆଇ ଉପକରଣ ସହ ଯାହା ବି ହେଉ , ଆପଣମାନେ ଭଲ ଭାବେ ବୁଝି ପାରିବ କି ସେମାନେ କେମିତି କାମ କରନ୍ତି ଏବଂ ଆପଣ ତାଙ୍କ ସହ କଣ କରି ପାରିବେ , ସେ ଛାତ୍ରଛାତ୍ରୀଙ୍କୁ ମାନଙ୍କୁ ଦ୍ରୁତ ଗତିରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନରେ ଅନୁକୂଳ ରହିବା ପାଇଁ ‘ ଶୁଖିବା ପାଇଁ ଶିଖିବା’ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଆହ୍ୱାନ କରିଛନ୍ତି।
କେମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟରେ ଏକ ପୂର୍ବ ସାକ୍ଷାତକାରରେ , ଯେଉଁଠି ହସବିସ୍ ସ୍ନାତକ କରି ଥିଲେ , ସେ ସେଠାରେ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକାରର ପରାମର୍ଶ ଦେଇଥିଲେ , ଯେଉଁଥିରେ ଅନୁକୂଳତାକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦକ୍ଷତା ଭାବେ ମହତ୍ତ୍ୱ ଦିଆଯାଇଥିଲା। ସ୍ନାତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନର ଉତ୍ତର ଦେଇ ସେ ସେମାନଙ୍କୁ ନିଜର ଶିଖିବାର ଶୈଳୀକୁ ବୁଝିବା ଓ ନୂଆ ଜିନିଷକୁ ଶୀଘ୍ର ଶିଖିବାର କ୍ଷମତାକୁ ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। କେମ୍ୱ୍ରିଜ୍ର କ୍ୱିନ୍ସ କଲେଜରେ ପ୍ରଫେସର ଏଲେଷ୍ଟେୟର ବେରେସଫୋର୍ଡଙ୍କ ସହ ମାର୍ଚ୍ଚ ମାସରେ ହୋଇଥିବା ଆଲୋଚନା ବେଳେ , ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଆପଣ ଯେଉଁ ଦୁନିଆରେ ପ୍ରବେଶ କରୁଛନ୍ତି , ସେଠାରେ ଆପଣଙ୍କୁ ଅବିଶ୍ୱସନୀୟ ପରିମାଣର ପ୍ରତିବନ୍ଧକ ଓ ପରିବର୍ତ୍ତନର ସାମନା କରିବାକୁ ପଡ଼ିବ।
ହସବିସ୍ ଆଗାମୀ ଦଶନ୍ଧିରେ ଏଆଇ ,ଭର୍ଚୁଆଲ ରିଆଲିଟି (ଭିଆର) , ଆଗମେଣ୍ଟେଡ୍ ରିଆଲିଟି(ଏଆର) ଓ କ୍ୱାଣ୍ଟମ କମ୍ପ୍ୟୁଟିଂ ଭଳି ବିକଶିତ କ୍ଷେତ୍ରକୁ ଆଶାଜନକ ଉଦ୍ୟୋଗ ଭାବେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ଟେକ୍ନୋଲଜିର ପରିବର୍ତ୍ତନ ଐତିହାସିକ ଭାବେ କିଛି ଚାକିରିକୁ ବାଧାପ୍ରାପ୍ତ କରିଥାଏ , କିନ୍ତୁ ଅନେକ ଏମିତି ଚାକିରି ସୃଷ୍ଟି କରିଥାଏ, ଯାହା ପ୍ରାୟତଃ ଅଧିକ ଅଧିକ ଆକର୍ଷଣୀୟ ଏବଂ ମୂଲ୍ୟବାନ ହୋଇଥାଏ, ଯାହାକି ହୋଷ୍ଟ କେଭିନ ରୁଜ୍ ଓ କେସି ନ୍ୟୁଟନଙ୍କ ସହ ‘ହାର୍ଡ ଫୋର୍କ’ ପଡକାଷ୍ଟରେ ଆଲୋଚନା କରାଯାଇଥିଲା
ଓପେନଏଆଇର ୨୦୨୨ରେ ଚ୍ୟାଟଜିପିଟି ରିଲିଜ୍ରୁ ଆରମ୍ଭ ହୋଇଥିବା ଜେନେରେଟିଭ୍ ଏଆଇର ଦୌଡ଼ ଦ୍ରୁତ ଗତିରେ ପ୍ରଗତିକୁ ଗତିଶୀଳ କରିଛି, ଯେଉଁଥିରେ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ଉତ୍ସାହ ଓ ଚିନ୍ତା ଉଭୟ ବଢି ଯାଇଛି। ହସବିସ୍ ଏହି କଥା ଉପରେ ଜୋର ଦେଇଛନ୍ତି କି ଛାତ୍ରଛାତ୍ରୀଙ୍କୁ ଏହି ବିକଶିତ କ୍ଷେତରରେ ସୁବିଧା ସୁଯୋଗକୁ ଆପଣାଇବା ପାଇଁ ନିଜର ଇଚ୍ଛାକୁ ମୁଖ୍ୟ କୌଶଳ ସହ ଯୋଡ଼ିବା ଉଚିତ୍। ସେ କହିଛନ୍ତି , ଯେବେ ବି ପରିବର୍ତ୍ତନ ହୋଇଥାଏ , ତ ବହୁତ ବଡ଼ ଅବସର ମଧ୍ୟ ହୋଇଥାଏ ।