ବଡ଼ବିଲ ୧୭।୭: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ମୂର୍ଗା ମହାଦେବ ରୋଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି ଦେଓଝର ସାଇଡିଂରୁ ଆଇରନ୍ ଓର୍ ବୋଝେଇ କରି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ ଏହାର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଛି । ଫଳରେ ଅପ୍ ଏବଂ ଡାଉନ୍ ଉଭୟ ରୁଟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଏଥିସହ ଭାଗଲପୁର ଗାଁକୁ ମଧ୍ୟ ଯାତାୟତ ଠପ୍ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡିରେଲ୍ ହୋଇଥିବା ବଗିକୁ ଉଠାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ପୁରୀ-ବଡବିଲ ଇଣ୍ଟରସିଟି ଏକ୍ସପ୍ରେସ ଓ ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏହି ରୁଟ୍ ଦେଇ ଯିବାକୁ ଥିବାବେଳେ ଯଥାଶୀଘ୍ର ରେଳ ଟ୍ରାଫିକ୍ ସ୍ଵାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି ।
You Can Read: