ଅମୃତସର ୮।୩: ପଞ୍ଜାବ ସମେତ ପଡୋଶୀ ରାଜ୍ୟଙ୍କୁ ସମ୍ପ୍ରସାରଣ ହେଉଥିବା ପବ୍ଲିକ୍ ଫାର୍ମାସୀ ଓ ଜନତା ମାର୍ଟ ଗ୍ରୁପ ନିକଟରେ ଆମେରିକାରୁ ଡିପୋର୍ଟ ହୋଇଥିବା ଲୋକଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣିମ ଅବସର ପ୍ରଦାନ କରୁଛନ୍ତି। ପବ୍ଲିକ୍ ଫାର୍ମାସୀର ଡାଇରେକ୍ଟର ଗୁରୁଶେରସିଂ କହିଛନ୍ତି ଯେ ସେ ଅମୃତସରର ୧୫ ଆଉଲେଟ୍ ଛାଡି ଜଲନ୍ଧର, ଲୁଧିୟାନା, ମୋହାଲୀ, ବଟାଲା ଓ ଡମଟାଲ ଷ୍ଟୋର୍ସରେ ସମ୍ପର୍କ କରି ଏପରି ଲୋକେ ନିଯୁକ୍ତି ନିମନ୍ତେ ଆବେଦନ କରିପାରିବେ। ଏଠାରେ ସେମାନଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ଦିଆଯିବ।
ସେ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ଯେଉଁମାନେ ବିଜନେସ୍ କରିବାକୁ ଚାହିଁବେ ସେମାନଙ୍କୁ ଫ୍ରାଞ୍ଚାଇଜି ପ୍ରଦାନ ନିମନ୍ତେ ପ୍ରାଥମିକତା ଦିଆଯିବ। ଏହାଛଡା ଏପରି ଲୋକଙ୍କ ନିମନ୍ତେ କାଉନସେଲିଂ ଓ ଜବ ଟ୍ରେନିଂର ବ୍ୟବସ୍ଥା ମଧ୍ୟ କରାଯିବ। ସେ କହିଛନ୍ତି ରାଜ୍ୟରେ କମ୍ପାନୀର ୨୦ରୁ ଅଧିକ ଆଉଟଲେଟ୍ ରହିଛି। ପବ୍ଲିକ୍ ଫର୍ମାସୀ ଏକମାତ୍ର ଏପରି ଷ୍ଟୋର ଯେଉଁଠି ଏଥିକଲ ମେଡିସିନ ଉପରେ ୨୦ ପ୍ରତିଶତ ଓ ଜେନେରିକ ମେଡିସିନରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି।
ଏହା ସହିତ କିଛି ସମୟ ପୂର୍ବରୁ ଲୋକଙ୍କ ଦୈନିକ ଆବଶ୍ୟକତାର ୩୦୦ରୁ ଅଧିକ ପ୍ରଡକ୍ଟ ଆକର୍ଷଣୀୟ ରିହାତୀ ଦରରେ ଉପଲବ୍ଧ କରାଯାଉଛି। ଗୁରୁଶେର ସିଂହ କହିଛନ୍ତି ଯେ ତାଙ୍କ ମାର୍ଟମାନଙ୍କରେ ଗ୍ରୋସରୀ, କସ୍ମେଟିକ୍ ଓ ଟୟଲେଟରିଜ ଆଦି ସବୁ ସାମଗ୍ରୀ ବଜାରରୁ କମ ଦରରେ ବିକ୍ରି କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଅବୈଧ ରୂପେ ଆମେରିକା ଯାଇଥିବା ଲୋକଙ୍କୁ ଧରି ଏବେ ଡିପୋର୍ଟ କରାଯାଉଛି। ଏ ପର୍ଯ୍ୟନ୍ତ ଶତାଧିକ ଭାରତୀୟ ଆମେରିକାରୁ ଡିପୋର୍ଟ ହୋଇ ସ୍ୱଦେଶ ଫେରି ଆସିଛନ୍ତି।
ଅବୈଧ ରୂପେ ଆମେରିକାରେ ପ୍ରବେଶ କରିଥିବା ଦେଢରୁ ୨ଲକ୍ଷ ଭାରତୀୟଙ୍କ ଓଭର ଷ୍ଟେ ସମାପ୍ତ ହୋଇ ସାରିଛି। ଏପରି ଲୋକଙ୍କ ଚିହ୍ନଟ ହୋଇ ସାରିଛି। ସେମାନଙ୍କ ଫିଙ୍ଗରପ୍ରିଣ୍ଟ ମଧ୍ୟ ନିଆଯାଇଛି। ଆମେରିକାରେ ଓଭର ଷ୍ଟେରେ ଥିବା ଭାରତୀୟଙ୍କ ସୂଚନା ଆମେରିକା ସରକାରଙ୍କ ନିକଟରେ ରହିଛି। ସେଭେନ ଆଇ ଏଜେନ୍ସୀ ଓଭର ଷ୍ଟେ ଭାରତୀୟଙ୍କ ଡାଟା ଆମେରିକା ସରକାରଙ୍କୁ ପ୍ରଦାନ କରିଛି। ଆଗାମୀ ୪ ବର୍ଷରେ ଏହି ଭାରତୀୟମାନେ ଡିପୋର୍ଟ ହେବା ନିଶ୍ଚିତ।